ଢେଙ୍କାନାଳ (ଏଟିଆର ବ୍ୟୁରୋ): କାୟା ମେଲାଉଛି କରୋନାର ଦ୍ୱିତୀୟ ଲହର । ଏହାରି ମଧ୍ୟରେ ଦେଶର କିଛି ହସ୍ପିଟାଲ ଗୁଡିକରେ ଅକ୍ସିଜେନ ଅଭାବ ଏବେ ବଡ ସମସ୍ୟା ପାଲଟିଛି । ଯାହାଫଳରେ ଚାଲି ଯାଉଛି ରୋଗୀଙ୍କ ଜୀବନ । ଏହି ଅକ୍ସିଜେନ ଅଭାବକୁ ଦୂର କରିବା ପାଇଁ ଓଡିଶାରୁ ପଠାଯାଉଛି ଅକ୍ସିଜେନ୍ । ସେହିପରି ଢେଙ୍କାନାଳର ଟାଟା ଷ୍ଟିଲ ବିଏସଏଲ କାରଖାନା ପକ୍ଷରୁ ୫୬ ଟନ ଲିକ୍ୟୁଇଡ ମେଡିକାଲ ଅକ୍ସିଜେନ ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ପଠା ଯାଇଥିବାର ଜଣାପଡିଛି ।
ଅନ୍ୟପଟେ ଶନିବାର ମଧ୍ୟ ତେଲେଙ୍ଗାନାକୁ ବିଏସଏଲ କାରଖାନା ପକ୍ଷରୁ ୧୦ ି ଟ୍ୟାଙ୍କର ଯୋଗେ ୧୮୫ ଟନ ଲିକ୍ୟୁଇଡ ମେଡିକାଲ ଅକ୍ସିଜେନ ପଟା ଯାଇଥିବାର ସୂଚନା ରହିଛି । ସେହିପରି ଅକ୍ସିଜେନ ଅଭାବରୁ ଯେପରି କୌଣସି ଅଘଟଣ ନହେଉ ସେଥିପାଇଁ ଅକ୍ସିଜେନ ଯୋଗାଇବାର ପ୍ରୟାସ ଜାରି ରଖିଛି ଟାଟା ଷ୍ଟିଲ ।