ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଭୟଙ୍କର ହେଉଛି ବାତ୍ୟାର ରୂପ । ବାତ୍ୟା କୁ ନେଇ ସମସ୍ତଙ୍କ ମନରେ ଘାରିଛି କୋକୁଆ ଭୟ । ବାତ୍ୟାର ମୁକାବିଲା ପାଇଁ ସଜାଗ ହେଉଛନ୍ତି ଲୋକେ । ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା ମଧ୍ୟ ଚୁଡାନ୍ତ ପର୍ଯ୍ୟୟରେ ପହଞ୍ଚିଛି । ସେପଟେ ଓଡିଶାରେ ବ୍ୟାପକ କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଉଛି । ତେବେ ବାତ୍ୟାର ଆକଳନ କରି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ରେଡ , ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ବତ୍ୟାର ସ୍ଥିତି ଦେଖି ଆଜି ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ ଓ ୟେଲୋ ୱାର୍ଣ୍ଣିଂ ଜାରି କରା ଯାଇଛି । ସେହି ପରି ଆସନ୍ତାକାଲି ପାଇଁ ରେଡ ସହ ୟେଲୋ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ପାଇଁ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ,କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗିର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ କରାଯାଇଥିବା ବେଳେ ଏସବୁ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି ।
ଅନ୍ୟପଟେ ଅରେଞ୍ଜ ଜୋନରେ ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ, ରାୟଗଡ଼ା, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲା ଗୁଡିକ ରହିଥିବା ବେଳେ ଅବଶିଷ୍ଟ ଜିଲ୍ଲା ମାନଙ୍କରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ଜୋନରେ ଥିବା ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି । ସେହିପରି ୟେଲୋ ଜୋନରେ ଥିବା ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ମଧ୍ୟ ହେବ ବୋଲି ଜଣାପଡିଛି ।