ପୁରୀ(ଏଟିଆର ବ୍ୟୁରୋ):ଦୁଲ୍ଲଭ ପଦ୍ମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ରାତିରେ ବଡସିଂହାର ବେଶରେ ପଦ୍ମବେଶ କରାଯାଇଛି । ଏହା ପରେ ମହାପ୍ରଭୁଙ୍କ ପହଡି ପଡିଥିଲା । ଏହି ଦୁର୍ଲଭ ପଦ୍ମ ବେଶରେ ଆଜି ମହାପ୍ରଭୁଙ୍କ ମଙ୍ଗଳ ଆଳତି କରାଯାଇଛି ।
ଆଜି ସକାଳେ ଅବକାଶ ନୀତି ଯାଏଁ ଭକ୍ତଏବଂ ଶ୍ରଦ୍ଧାଳୁ ଏହି ବେଶରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଜଣାପଡିଛି । ଅବକାଶ ନୀତି ପର୍ଯ୍ୟନ୍ତ ମହାପ୍ରଭୁ ଏହି ବେଶରେ ରହିବେ ଓ ପରେ ବେଶ ଓଲାଗି ହେବ ।
ଦ୍ୱାଦଶ ଶତାଦ୍ଦୀରେ ସନ୍ଥ ମନୋହର ଦାସ ଶୀତ ଦିନେ ପୁଷ୍କରିଣୀରୁ ପଦ୍ମ ନିଜ ଗାମୁଛାରେ ସଂଗ୍ରହ କରି ମହାପ୍ରଭୁଙ୍କ ଲାଗି ପାଇଁ ଆଣିଥିଲେ। ତେବେ ଫୁଲ ଗୁଡ଼ିକ ମଳିନ ପଡ଼ିଯାଇଥିବାରୁ ସେଠାରେ ଥିବା ସେବାୟତ ତାଙ୍କୁ ଫେରାଇ ଦେଇଥିଲେ। ସେହିଦିନ ରାତିରେ ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥ, ଗଜପତି ମହାରାଜାଙ୍କୁ ସ୍ୱପ୍ନାଦେଶ କରିବା ପରେ ପଦ୍ମବେଶରେ ଦର୍ଶନ ଦେଇଥିଲେ। ସେବେଠାରୁ ବଡ଼ଛତା ମଠ, ମହାପ୍ରଭୁଙ୍କ ପାଇଁ ପଦ୍ମବେଶ ଯୋଗାଇ ଆସୁଛି।
ଭାଦ୍ରବ ଶୁ୍କ ଶ୍ରୀପଞ୍ଚମୀ ପୁର୍ବ ବୁଧବାର କିମ୍ବା ଶନିବାର ପଡିଲେ ମହାପ୍ରଭୁଙ୍କ ପଦ୍ମବେଶ ହୋଇଥାଏ । ଦୁର୍ଲଭ ପଦ୍ମ ବେଶ ଲାଗି ଭୁବନେଶ୍ୱରର ଚିନ୍ତାମଣି ଦାସ ମହାପ୍ରଭୁଙ୍କ ଠାରେ ପ୍ରାୟ ୫ ହଜାରରୁ ଅଧିକ ପଦ୍ମ ଫୁଲ ଅର୍ପଣ କରିଛନ୍ତି। ୧୧ବର୍ଷ ଧରି ସେ ଏହି ଫୁଲ ଯୋଗାଇ ଆସୁଛନ୍ତି ।