ଭୁବନେଶ୍ୱର(ଏଟିଆର ବ୍ୟୁରୋ): ୭୦ ପ୍ରତିଶତ ପୋଲିସ କର୍ମଚାରୀ କରିବେ ଗାଡି କାଗଜପତ୍ର ଯାଞ୍ଚ । ଏଭଳି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଆସନ୍ତା ମାର୍ଚ୍ଚ ୧ ତାରିଖରୁ ମୋଟର ଯାନ ଆଇନ କଡାକାଡି ଭାବେ ପାଳନ କରାଯିବ । ପୂର୍ବରୁ ଦିଆଯାଇଥିବା ୬ ମାସ ସମୟ ସୀମାର ଆଉ କିଛି ଘଣ୍ଟା ମଧ୍ୟରେ ସରିଯିବ । ଏହା ପରେ ନୂଆ ମୋଟର ଯାନ ଆଇନ ନିୟମ ଅନୁଯାଇ ଗାଡି ଗୁଡିକ ଯାଞ୍ଚ କରାଯିବ । ଦିଆଯାଇଥିବା ସମୟ ସୀମା ମଧ୍ୟରେ ବହୁ ଲୋକ ମାନେ ଗାଡି କାଗଜ ପତ୍ର ଠିକ କରିସାରିଲେଣି । ଆରଟିଓ ଅଫିସ ମାନଙ୍କରେ ଆଉ ଭିଡ ଜମୁ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନା ଯେଗ୍ୟ ଗତ ବର୍ଷ ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ସାରା ଦେଶରେ ଲାଗୁ କରାଯାଇଥିଲା । ଏହି ନିୟମ ଲାଗୁ କରିବା ପରେ ବହୁ ଜାଗାରେ ଅସନ୍ତୋଷ ଦେଖାଯାଇଥିଲା । ଏମିତିକି ସାଧାରଣ ଜନତା ଓ ପୋଲିସଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ମଧ୍ୟ ହୋଇଥିଲା । ଯାହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଗାଡି କାଗଜ ପତ୍ର, ଲାଇନ୍ସେସ, ପଲ୍ୟୁସନ ଆଦି ଠିକ୍ କରିବାକୁ ୬ ମାସ ସମୟ ଦିଆଯାଇଥିଲା । ଏହି ସମୟ ସୀମା ଆସନ୍ତା ମାର୍ଚ୍ଚ ୧ ତାରିଖରେ ସରି ଯାଉଛି ।