ଜୟପୁର(ଏଟିଆର ବ୍ୟୁରୋ): କମଳା ପୂଜାରୀ ଅସୁସ୍ଥ ହୋଇଛନ୍ତି । ଗତକାଲି କମଳା ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ତାଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଗତ ମାସେ ଧରି ସେ ଅସୁସ୍ଥ ହୋଇଛନ୍ତି ।ବର୍ତ୍ତମାନ କମଳାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ସୂଚନା ମିଳିଛି ।
କମଳା ପୂଜାରିଙ୍କ ରକ୍ତ ଚାପ ବଢିବା ସହିତ ତାଙ୍କ କିଡନୀ ଜନିତ ସମସ୍ୟା ରହିଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କୁ ଚିକିତ୍ସା କରୁଛନ୍ତି । ଜୈବିକ ପଦ୍ଧତିରେ ବିଭିନ୍ନ ପ୍ରକାର ଧାନ ଉତ୍ପାଦନ କରି ସେ ଚର୍ଚ୍ଚାକୁ ଆସିଥିଲେ । ଏଥିପାଇଁ ତାଙ୍କୁ ୨୦୧୯ ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।