ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ସହ ଶତ୍ରୁତା କରିବା ପାକିସ୍ତାନକୁ ମହଙ୍ଗା ପଡିଛି । ଆଜ୍ଞା ହଁ ପାକିସ୍ତାନୀ ପରିବା ବଜାରରେ ଏବେ ଆକାଶ ଛୁଆଁ ରହିଛି ପରିବା ଦର । ଏଠାରେ ପରିବା ଏବଂ ଫଳ କିଣିବାକୁ ଲୋକେ ଡରୁଛନ୍ତି ।
ପ୍ରକୃତରେ ଭାରତରୁ ଅନେକ ସବୁଜ ପନିପରିବା ପାକିସ୍ତାନକୁ ରପ୍ତାନୀ କରାଯାଉଥିଲା । ମାତ୍ର ପୁଲୱାମା ହମଲା ପରେ ଏହି ରପ୍ତାନୀ ଭାରତରୁ ବନ୍ଦ କରି ଦିଆଯାଇଛି । ଏହାର ପରିଣାମ ଏବେ ପାକିସ୍ତାନୀ ପରିବା ବଜାରରେ ଦେଖିବାକୁ ମିଳୁଛି । ଏଠାରେ ପ୍ରତ୍ୟେକ ପରିବା ଦର ୧୦୦ ଟଙ୍କାରୁ କମ୍ ନୁହେଁ ।
ମିଡିଆ ରିପୋର୍ଟ ମୁତାବକ, ଲାହୋର ପରିବା ହାଟରେ ମାର୍ଚ୍ଚ ୧୨ ରେ ଏକ କିଲୋଗ୍ରାମ କଞ୍ଚାଲଙ୍କା ପ୍ରତି ଦର ୪୦୦ ଟଙ୍କା ହୋଇ ଯାଇଛି । ଅନ୍ୟପଟେ ଟମାଟର ଦର ବି ୨୦୦ ଟଙ୍କାରେ ପହଁଚିଛି ।
କଞ୍ଚାଲଙ୍କାର ଦର ବୃଦ୍ଧିକୁ ଦେଖି ଦୋକାନୀ ଏବେ ଲଙ୍କା ବିକ୍ରି କରିବା ବନ୍ଦ କରିଦେଇଛନ୍ତି । ମାତ୍ର ଲାହୋର ପରିବା ହାଟର ଏହି ସ୍ଥିତିକୁ ଦୃଷ୍ଟରେ ରଖି ପ୍ରଶାସନ ପକ୍ଷରୁ ଜରିମନା ଲାଗୁ କରାଯାଇଛି ।
ପାକିସ୍ତାନରେ ଏବେ ଟମାଟର ଅଭାବ ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଟମାଟର ଦର ଆକାଶ ଛୁଆଁ ହୋଇଛି । ପ୍ରକୃତରେ ଅଟାରୀ ୱାଘା ସୀମା ଦେଇ ପ୍ରତ୍ୟେକ ଦିନ ୭୫ ରୁ ୧୦୦ ଟ୍ରକ ଟମାଟର ଯାଉଥିଲା କିନ୍ତୁ ପୁଲୱାମା ରେ ହୋଇଥିବା ଆତଙ୍କବାଦୀ ହମଲା ପରେ ସମସ୍ତ ମାଲବାହି ଗାଡିକୁ ବନ୍ଦ କରିଦିଆଯାଇଛି ।