ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ପବିତ୍ର ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରନ୍ତି । ସେହିଭଳି ଆଜି ଦିନକୁ ମଧ୍ୟ ଓଡିଆ ନବବର୍ଷ ଭାବେ ପାଳନ କରାଯାଇଥାଏ । ଚଳିତ ବର୍ଷ ଦେଶରେ ଲକ ଡାଉନ ଜାରି ରହିଥିବାରୁ ଏଥର ଦେବାଦେବୀ ପୀଠରେ ଭକ୍ତ ସମାଗମ ମିଳିନଥିଲେ ମଧ୍ୟ ଲୋକମାନେ ନିଜନିଜ ଘରେ ନିଜେ ପୂଜା କରୁଛନ୍ତି । ପଣା ସଂକ୍ରାନ୍ତରେ ବିଭିନ୍ନ ଦେବାଦେବୀ ପୀଠରେ ଜନ ଗହଳିକୁ ଦୃଷ୍ଟିରେ ରଖି ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି ।
ବୈଶାଖ ମାସ ପ୍ରଥମ ଦିନରେ ପଡେ ପଣା ସଂକ୍ରାନ୍ତି । ସବୁଠାରୁ ବଡ କଥା ହେଲା ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକାନ୍ତିରୁ ବର୍ଷର ସଂକ୍ରାନ୍ତି ଆରମ୍ଭ ହୁଏ ବୋଲି କଥା ରହିିଛି । ସୂର୍ୟ୍ୟ ଏହି ଦିନ ବିଷୁବ ରେଖା ଉପରେ ଅବସ୍ଥାନ କରନ୍ତି ଏବଂ ଧିରେ ଧିରେ କର୍କଟ କ୍ରାନ୍ତି ଆଡକୁ ଢଳନ୍ତି । ଆଜିର ଦିନକୁ ମହାବୀର ହନୁମାନଙ୍କ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ । ଆଜିଠାରୁ ଖରାର ତେଜ ଅଧିକା ହେଉଥିବାରୁ ତୁଳସୀ ଚଉରାରେ ଘଡି ବାନ୍ଧି ଜଳ ଦେବାର ବିଧି ରହିଛି । ଏହି ଦିନରେ କେତେକ ସ୍ଥାନରେ ଛାମୁ ଯାତ୍ରା ହୋଇଥାଏ । ଆଜିର ଦିନରେ ଦେବାଦେବୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚାନା ସହ ଛତୁଆ ଓ ପଣା ଭୋଗର ବିଧି ରହିଛି। ଏହି ଦିନରେ ଶାରଳା ଠାକୁରାଣୀ ,କାକକଟ ପୁରରରେ ମଙ୍ଗଳାଦେବୀ ଏବଂ ବାଙ୍କୀରେ ଚର୍ଚ୍ଚିକା ଠାକୁରାଣୀଙ୍କ ନିକଟରେ ଛାମୁଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଥାଏ । ଓଡ଼ିଶାରେ ଆଜିଠାରୁ ନୂଆ ପାଞ୍ଜି ପ୍ରଚଳନ ଆରମ୍ଭ ହୁଏ।