ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଏଣିକି ମହଙ୍ଗା ହେବ ସଂସଦ ଭବନ କ୍ୟାଣ୍ଟିନର ଖାଇବା ।ପୂର୍ବରୁ କ୍ୟାଣ୍ଟିନକୁ ଖାଇବା ପାଇଁ ଗଲେ ଯେତିକି ଟଙ୍କା ଦେବାକୁ ପଡୁଥିଲା ଏବେ ତାର ଦେଢ ଗୁଣ ଟଙ୍କା ଦେଇ ଖାଇବାକୁ ପଡିବ । ଏନେଇ ଆଜିଠାରୁ ବଦ୍ଧିତ ଦର ଲାଗୁ କରାଯାଇଛି ।ସାଂସଦମାନେ ଏହି ସେସନରେ ପୁର୍ବରୁ ଯେତିକି ପଇସା ଦେଇ ଖାଉଥିଲେ ଏବେ ତାର ଦେଢଗୁଣ ଟଙ୍କା ଦେଇ ଖାଇବେ ।
ପୂର୍ବରୁ ସାଂସଦ ଭବନରେ ସାଂସଦ ଓ ଅନ୍ୟକର୍ମଚାରୀମାନଙ୍କୁ ସବସିଡିରେ ଖାଇବା ମିଳୁଥିବା ବେଳେ କିନ୍ତୁ ବର୍ତ୍ତମାନ ଦର ବଢିବା ପରେ ଏବେ ନୋ ପ୍ରଫିଟ ,ନୋ ଲେସରେ କ୍ୟାଣ୍ଟିନ ଚଳାଇବା ପାଇଁ ନିଷ୍ପତ୍ତି ଦିଆଯାଇଛି । ସେହିପରି ଆମିଷ ଓ ନିରାମିଷ କୁ ମିଶାଇ ମୋଟ ୫୮ ପ୍ରକାରର ଖାଦ୍ୟ ଉପଲବ୍ଧ ହେବ ।
ଏହି ଆମିଷ ପ୍ଲେଟ ମଧ୍ୟରେ ରହିଛି ମଟନ ବିରିୟାନି , ଚିକେନ ବିରିୟାନି , ଭେଜ ବିରିୟାନି , ମାଛ , ଟିପ୍ସ , ସାଲାଡ ,ମସଲା ଉପମା , ଉଥପମ ଇତ୍ୟାଦି ।
ଲୋକସଭା ସଚିବାଳୟରେ ଭେଜ ଥାଳିର ଦାମ ୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହାର ଦାମ ୩୦ ଟଙ୍କା ରହିଥିଲା । ସେହିପରି ମିନି ଥାଳିର ଦାମ ୧୬ ଟଙ୍କା ରହିଥିବା ବେଳେ ଏବେ ଏହାର ଦାମ କୁ ବୃଦ୍ଧି କରାଯାଇ ୫୦ ଟଙ୍କା କରାଯାଇଛି ।
ସେହିପରି ପୂର୍ବରୁ ଚିକେନ ବିରିୟାନିର ଦର ୭୦ ଟଙ୍କା ରହିଥିବା ବେଳେ ଏବେ ଏହାର ଦରକୁ ବୃଦ୍ଧି କରାଯାଇ ୧୦୦ ଟଙ୍କା କରାଯାଇଛି । ମିନି ବିରିୟାନିର ଦର ୧୦୦ ଟଙ୍କା ରହିଥିବା ବେଳେ ଏବେ ଏହାର ଦର ୧୫୦ ଟଙ୍କାର କୁ ବୃଦ୍ଧି କରାଯାଇଛି । ସେହିପରି ଭେଜ ବିରିୟାନି ଖାଇବା ପାଇଁ ହେଲେ ଆପଣଙ୍କୁ ୫୦ ଟଙ୍କା ଦେବାକୁ ପଡିଥିବା ବେଳେ ନିରାମିଷ ଖାଇବା ପାଇଁ ୧୦୦ ଟଙ୍କା ଦେବାକୁ ପଡିବ ।
ସେହିପରି ଗ୍ରୀନ୍ ସାଲାଡ ର ଦର ପୂର୍ବରୁ ୨୫ ଟଙ୍କା ରହିଥିବା ବେଳେ ଏବେ ଏହାର ଦାମ ୨୫ ଟଙ୍କା ରହିଛି । ମାଛ ଓ ଟିପ୍ସ ପ୍ଲେଟର ଦାମ ୧୧୦ ଟଙ୍କା ରହିଥିବା ବେଳେ ଗୋଟେ ଆଳୁ ଚପର ଦାମ ୧୦ ଟଙ୍କା ହୋଇଛି ।