ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟ ମଧ୍ୟରେ ଘରୋଇ ବସ୍ ଗଡିବା ନେଇ ସରକାର ଅନୁମତି ପ୍ରଦାନ କରି ସାରିଛନ୍ତି । କେବେ ରାସ୍ତାରେ ଘରୋଇ ବସ ଉପଯୁକ୍ତ ଭାବେ ଗଡିବ ତାକୁ ନେଇ ଦେଖା ଦେଇଛି ସନ୍ଦେହ । କାରଣ ଏବେ କରୋନା ପାଇଁ ଯାତ୍ରୀମାନେ ବସରେ ଚଢୁ ନାହାନ୍ତି । ଯାହା ଏବେ ସରକାର ଓ ଘରୋଇ ବସ ମାଲିକଙ୍କ ଚିନ୍ତା ବଢାଇ ଦେଇଛି । କିଛି ଘରୋଇ ଯାତ୍ରୀବାହି ବସ ପ୍ରାଥମିକ ଭାବେ ରାସ୍ତାକୁ ଓହ୍ଲାଇଥିଲେ ମଧ୍ୟ ଯାତ୍ରୀ ମାନେ ବସରେ ଚଢୁ ନାହାନ୍ତି ଯାହା ଫଳରେ ବସର ତେଲ ମଧ୍ୟ ଉଠିବା କଷ୍ଟ ସାଧ୍ୟ ହୋଇ ପଡିଛି ।
ଏହି ସମାନ ପ୍ରସଙ୍ଗ ପାଇଁ ରାଜ୍ୟ ସରକାର ପରିବହନ ବ୍ୟବସ୍ଥାକୁ ସ୍ୱଭାବିକ କରିବା ପାଇଁ ଯାତ୍ରୀବାହୀ ଗାଡି ଗୁଡିକ ଉପରୁ ସରକାର ୩ ମାସର ରୋଡ ଟ୍ୟାକ୍ସ ଫ୍ରି କରିଛନ୍ତି । ଯାହା ମାଲିକ ମାନଙ୍କ ପାଇଁ ସାମାନ୍ୟ ଆସ୍ୱସ୍ତ ହୋଇଥିଲେ ମଧ୍ୟ ମଧ୍ୟ ଏହାକୁ ନେଇ ଚାଳକ ସଂଘ କିନ୍ତୁ ଗ୍ରହଣ କରୁନାହିଁ । ଚାଳକ ସଂଘର ଦାବି ରହିଛି ଯେ ସେମାନଙ୍କ ଏହା ଦ୍ୱାରା କୌଣସି ଲାଭ ହେବ ନାହିଁ । ଯାହାଫଳରେ ଯାତ୍ରୀବାହି ଗାଡି ଚଳାଚଳ ସ୍ୱଭାବିକ ହେବାକୁ ନେଇ ଏବେ ସନ୍ଦେହ ଦେଖା ଦେଇଛି ।