ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତାକାଲି ଠାରୁ ହେବ ଯୁକ୍ତ ୨ ଖାତା ଦେଖା । ୩୬ କେନ୍ଦ୍ରରେ ୨ ଟି ପର୍ଯ୍ୟାୟରେ ୨ ଟି ସିପ୍ଟରେ ଖାତା ଦେଖା ହେବ । ପ୍ର୍ରଥମ ସିଫ୍ଟ ସକାଳ ସାଢେ ୭ ରୁ ଅପରାହ୍ନ ୧୨ ଟା ସେହିଭଳି ଦ୍ୱିତୀୟ ସିଫ୍ଟ ଦିନ ଗୋଟାଏ ୩୦ ରୁ ସନ୍ଧ୍ୟା ସାଢେ ୬ ଟା । ଅନଲାଇନରେ ଖାତା ଦେଖା ହେବ । ତେବେ ଅଫ ଲାଇନରେ କେବେ ଖାତା ଦେଖା ହେବ ସେଇ ପରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ମୂଲ୍ୟାୟନ କେନ୍ଦ୍ର ଗୁଡିକୁ ସାନିଟାଇଜ କରିବା ପାଇଁ ସିଏଚଏସଇ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା । କରୋନା ମୁକାବିଲା କରିବା ପାଇଁ ଅଧିକାଂଶ କେନ୍ଦ୍ର ଗୁଡିକ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ମୂଲ୍ୟାୟନ କେନ୍ଦ୍ର ଗୁଡିକୁ ରାଜ୍ୟକୁ ବାହାରୁ ଫେରୁଥିବା ପ୍ରବାସୀ ଓଡିଆ ମାନଙ୍କ ପାଇଁ କ୍ୱାରାଣ୍ଟାଇନ ସେଣ୍ଟର ଅବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଇଛି ।
ତେଣୁ ସୁରକ୍ଷାକୁ ନଜରରେ ରଖି କେନ୍ଦ୍ର ଗୁଡିକ ଖାଲି କରାଯାଇଛି ସାନିଟାଇଜ କରିବାକୁ ସିଏଚଏସଇ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହା ସହ ୩୦ ତାରିଖ ସୁଦ୍ଧା କେନ୍ଦ୍ର ଗୁଡିକ ସାନିଟାଇଜ କରିବା ପାଇଁ ସିଏଚଏସଇ ପକ୍ଷରୁ କୁହାଯାଇଛି । ତେବେ ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ଅଧ୍ୟାପକ ମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବା ପାଇଁ ବ୍ୟବସ୍ଥା କରାଯାଉ ବୋଲି ଏଚଏସଇ ପକ୍ଷରୁ ନିବେଦନ କରାଯାଇଛି ।