ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଜମୁଛି ପଥ ଉତ୍ସବ । କିଛି ଦିନ ପାଇଁ ବନ୍ଦ ହୋଇଥିବା ଏହି ଉତ୍ସବ ପୁଣିଥରେ ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଜି ସକାଳୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ନନଷ୍ଟପ ମନୋରଞ୍ଜନ କରୁଛନ୍ତି ଲୋକ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ ପାଇଁ ବିଭୋର ହୋଇଥିବା ଲୋକଙ୍କ ପାଇଁ ପଥ ଉତ୍ସବରେ ହକି ଫିବରର ଛୁଙ୍କ ଦିଆଯାଇଛି । ହକିଥିମରେ ପଥ ସଜାଯାଇଛି । ଜନପଥ ରାସ୍ତାରେ ହକି ବିଶ୍ୱକପ ଟ୍ରଫିର ରଙ୍ଗୋଲୀ ସହ ମଝିରେ ମଝିରେ ମାଇଁ ହାର୍ଟ ବିଟ ଫର ହକି ଲୋଗୋ ଥିବା ସ୍ତମ୍ଭ କରାଯାଇଛି ।
ପଥ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଛି ନାଚ,ଗୀତ କଳା ଓ ଖାଦ୍ୟ । ଏହିତ୍ସବର ମଜା ନେବା ପାଇଁ ସବୁ ବର୍ଗର ଲୋକମାନଙ୍କ ଭିଡ ଜମୁଛି । ମୁଖ୍ୟତଃ ଯୁବବର୍ଗମାନେ ଏଠାରେ ବହୁ ପରିମାଣରେ ମଜା ନେଉଥିବା ଦେଖିବାକୁ ମିଳୁଛି । ନାଚ ଗୀତରେ ଝୁମୁଛନ୍ତି ଯୁବପିଢ଼ୀ । ତେବେ ସବୁଠାରୁ ବଡ କଥା ହେଉଛି ଏଠାରେ ବିଭିନ୍ନ ପ୍ରକାରର ଖାଇବା ମିଳୁଛି ଯାହାର ମଜା ନେବା ପାଇଁ ଲୋକଙ୍କ ଆଶର ଜମିଛି । ଆଜି ରବିବାର ହୋଇଥିବାରୁ ପ୍ରବଳ ଲୋକ ଏହାର ମଜା ନେବା ପାଇଁ ଯାଇ ପହଁଞ୍ଚିଥିଲେ ରାଜ ପଥରେ ।
କିଛି ଦିନ ଏହି ଉତ୍ସବ ବନ୍ଦ ହୋଇଥିଲା ତେବେ ପୁଣିଥରେ ଏହା ଆରମ୍ଭ ହୋଇଥିବାରୁ ମଧ୍ୟ ଆୟୋଜିତ ହୋଇଥିବା ପଥ ଉତ୍ସବର ଚାହିଦା ବଢ଼ିଯାଇଛି ।
ଆୟୋଜିତ ହୋଇଥିବା ଏହି ପଥ ଉତ୍ସବରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା,ସସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ ବହୁ ରାଜନେତାମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।