ଭୁବନେଶ୍ୱର(ଏଟିଆର ବ୍ୟୁରୋ); ମୁଣ୍ଡ ଗୁଞ୍ଜିବା ପାଇଁ ଦରକାର ହେଉଛି ଘର । ଜମି ସହ ଘର ଆସନ୍ତା ବିଧାନ ସଭା ନିର୍ବାଚନ ପୂର୍ବରୁ ଆମକୁ ଦରକାର । ଏଭଳି ଏକ ଅଭିଯୋଗ ନେଇ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇଛନ୍ତି ଜନଗଣ ମିଳିତ ମଞ୍ଚ । ରାଜ୍ୟର ପାଞ୍ଚୋଟି ମହାନଗର ତଥା କଟକ,ଭୁବନେଶ୍ୱର,ବ୍ରହ୍ମପୁର,ସମ୍ବଲପୁରଏବଂ ରାଉରକେଲାରେ ସମସ୍ତ ବାସହୀନ ଏବଂ ଜମି ହୀନ ମାନଙ୍କୁ ଜମି ‘ଘର’ ଯୋଜନାରେ ଯେଗାଇ ଦେବା ପାଇଁ ବିଧାନ ସଭା ସମ୍ମୁଖରେ ଏକ ଗଣବିକ୍ଷୋଭ କରାଯାଇଛି । ଆୟୋଜିତ ହୋଇଥିବା ଏହି ଗଣ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି ବସ୍ତି ସଂଘର୍ଷ ସମିତିର ନେତା ପ୍ରତାପ ଚନ୍ଦ୍ର ସାହୁ ,ବିଶିଷ୍ଟ ସମାଜ ସେବୀ ପ୍ରଦୀପ ପ୍ରଧାନ,ବରିଷ୍ଟ ଆଇନଜୀବୀ କ୍ଷିରୋଦ କୁମାର ରାଉତ ପ୍ରମୁଖ ।
ନିଜର ହକ ପାଇଁ ଲଢ଼େଇ କରିବା ପାଇଁ ରାଜ ରାସ୍ତାରେ ଏହି ବସ୍ତି ବାସିନ୍ଦା । ମହାଭାରତରେ ଯେପରି ବିନା ଯୁଦ୍ଧରେ ଛୁଞ୍ଚି ମୁନରେ ଜାଗା ଦେବା ପାଇଁ ମନା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଯୁନ୍ଧରେ ଜୟ କରି ସମଗ୍ର ହସ୍ତିନା ପୁରୀର ରାଜା ହୋଇଥିଲେ । ସେହିପରି ଏହି ବସ୍ତିବାସିନ୍ଦା ମାନେ ସରକାରଙ୍କ ସମ୍ମୁଖରେ ଆନ୍ଦୋଳନ କରି ନିଜର ହକକୁ ଦାବି କରିଛନ୍ତି ଏବଂ ପରବର୍ତ୍ତୀ ସମୟରେ ପାଣ୍ଡବଙ୍କ ପରି ବିଜୟ ହେବ ବୋଲି ଆଶା ରଖିଥିବା କହିଛନ୍ତି ।