ଭୁବନେଶ୍ୱର (ଏଟିଆର ବ୍ୟୁରୋ):୨୦୩୦ ରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ପେଟ୍ରୋଲ, ଡ଼ିଜେଲ କାର । ଏ ନେଇ ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ । ସମୟର ୧୦ ବର୍ଷ ଆଗରେ ଅଛନ୍ତି ବ୍ରିଟେନ ସରକାର । ସବୁଜ ଶିଳ୍ପ ଆନ୍ଦୋଳନ କରିବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି ।ବ୍ରିଟେନ ରେ ୨୦୩୫ ବେଳକୁ ହାଇବ୍ରିଡ଼ କାର ବିକ୍ରି ହୋଇପାରିବ ।ଏଥି ପାଇଁ ସରକାର ୧୫.୯ ବିଲିୟନ ଡ଼ଲାର ମୂଲ୍ୟ ରାଶି ବାଣ୍ଟିଛନ୍ତି ।
ସବୁଜ ଶିଳ୍ପ ଆନ୍ଦୋଳନର ୧୦ ଟି ସୂତ୍ରୀ ଯୋଜନା ଅଧିନରେ ୧୦ ବର୍ଷ ମଧ୍ୟ ରେ ସାମୁଦ୍ରିକ ପବନ ଶକ୍ତି କ୍ଷମତା କ ୪ଗୁଣା କରାଯାଇଛି ।କାର୍ବନ କ୍ୟାପଚର ଟେକ୍ନୋଲୋଜି ଲଣ୍ଡନ୍ କୁ ଗ୍ରୀନ ଫାଇନାନ୍ସ ର ଗ୍ଲୋବାଲ ସେଣ୍ଟର ଭାବେ ଗଢିବାକୁ ପ୍ରୟାସ କରିଛି । ସ୍ଟଟଲ୍ୟାଣ୍ଡର ୱିଣ୍ଡ ଟର୍ବାଇନ , ମିଡ଼ ଲ୍ୟାଣ୍ଡଦ ର ଇଲେକ୍ଟ୍ରି କାର ଓ ୱେଲ୍ସର ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ସବୁଜ ବିପ୍ଳବକୁ ଆଗେଇ ନେବା ପାଇଁ ବ୍ରିଟେନ ସରକାର କାମ କରୁଛନ୍ତି ।ଘରେ ହାଇଡ଼୍ରୋଜେନ ବ୍ୟବହାରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।ବ୍ରିଟେନ ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ୨.୫ ଲକ୍ଷ ନିଯୁକ୍ତି କୁ ବଞ୍ଚାଇ ପାରିବେ ।