ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଦେଶରେ ଲଗାତାର ଭାବେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ତେଲ କମ୍ପାନୀ ପକ୍ଷରୁ ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରାଯାଇଛି ।ଆଜି ଡିଜେଲ ର ଦାମ ୨୪ ରୁ ୨୭ ପଇସା ଥିବା ବେଳେ ପେଟ୍ରୋଲର ଦାମ ୨୪ ରୁ ୨୭ ପଇସା ରହିଛି ।
ବୈଦେଶିକ ମୁଦ୍ରା ଦର ସହ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଆଧାରରେ ପ୍ରତିଦିନ ପେଟ୍ରୋଲ୍ ଏବଂ ଡିଜେଲର ମୂଲ୍ୟରେ ପରିବର୍ତ୍ତନ ହୋଇଥାଏ।
ଇଣ୍ଡିଆନ୍ ଅୟେଲ୍,ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ୍ ଏବଂ ଡିଜେଲ ଦରରେ ସଂଶୋଧନ କରି ନୂଆ ଦର ଜାରି କରିଥାନ୍ତି।
ଆଇଓସିଏଲ୍ର ତଥ୍ୟ ଅନୁସାରେ ଶନିବାର ଦିଲ୍ଲୀରେ ପେଟ୍ରୋଲ ୮୩.୧୩ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା ୭୩.୩୨ ଟଙ୍କା ରହିଛି।ସେହିଭଳି ମୁମ୍ବାଇରେ ପେଟ୍ରୋଲ ୮୯.୭.ଡିଜେଲ ଲିଟର ପିଛା ୭୯.୯୩ , ରହିଛି, ।କୋଲକତାରେ ପେଟ୍ରୋଲ ୮୪.୬,ଡିଜେଲ ଲିଟର ପିଛା ୭୬.୮୯, ଚେନ୍ନାଇ ରେ ପେଟ୍ରୋଲ ୮୬.୦୦ ,ଡ଼ିଜେଲ ଲିଟର ପିଛା ୭୮.୬୯ ରହିଛି ।
ଆପଣ ନିଜ ସହରର ପେଟ୍ରୋଲ ଏବଂ ଡିଜେଲ ଦାମ୍ ଜାଣିବା ପାଇଁ ପ୍ରତିଦିନ ଏସ.ଏମ.ଏସ ଜରିଆରେ ଚେକ କରିପାରିବେ ।