ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଆମେରିକାର ଫାଇଜର ଫାର୍ମା କଂପାନୀ କରୋନା ବିରୋଧରେ ପ୍ରଥମ ଟିକା ଆଣିବାକୁ ଯାଉଛି । ୯୫% ଏହି ଟିକା ସଫଳ ହୋଇଛି ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି ।ଏହାର ଶେଷ ପର୍ଯ୍ୟାୟରେ ୮ହଜାର ସ୍ୱେଚ୍ଛାସେବୀ ଲୋକଙ୍କ ମଧ୍ୟରେ ସଫଳ ପ୍ରୟୋଗ କରାଯାଇଛି । ୯୫% ପ୍ରତିଶତ ସଫଳ ଫଳପ୍ରଦ ଘୋଷଣା ପରେ ବିଶ୍ୱବାସୀଙ୍କ ମନରେ ଏ ନେଇ ଉତ୍ସାହ ଦେଖିବାକୁ ମିଳିଛି ।
ଏହି ଦୁଇଟି ଟିକା ୯୦ ପ୍ରତିଶତ ସଫଳ ହୋଇଥିପାରୁ “ଫୁଡ଼୍ ଆଣ୍ଡ ଡ଼୍ରଗ୍ ଆଡ଼ମିନିଷ୍ଟ୍ରେସନ” ଖୁବ୍ଶୀଘ୍ର ଏହାର ବ୍ୟବହାର ପାଇଁ ସ୍ୱୀକୃତି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ଆସନ୍ତା ଡ଼ିସେମ୍ବରରେ ଏହା ବଜାରରେ ଉପଲବ୍ଧ ହେବ ବୋଲି ଘୋଷଣା କରାଯାଇଛି ।ଉଭୟ ଟିକା ପ୍ରସ୍ତୁତିକାରୀ ସଂସ୍ଥାଙ୍କ ଠାରୁ ଆମେରିକା ୧୦୦ ନିୟୁତ ମାତ୍ରା କିଣିବ ବୋଲି ଅର୍ଡ଼ର କରିଛି ।
ଟିକା ପ୍ରସ୍ତୁତି କରିବାରେ ଫାଇଜର ପ୍ରଥମ କଂପାନୀ ହେବ ବୋଲି କୁହାଯାଇଛି । ଏହି ଟିକା ଆମେରିକା ବ୍ୟତୀତ ୟୁରୋପ , କାନାଡ଼ା , ବ୍ରିଟେନ, ଓ ଜାପାନ ଆଦି ଦେଶକୁ ୩୦୦ ନିୟୁତ ମାତ୍ରା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି । ଏହି ଦୁଇ ଟିକା ସମାନ ପ୍ରକ୍ରିୟାରେ ପ୍ରସ୍ତୁତି ହୋଇଥିବା ବେଳେ ଉଭୟଙ୍କ ମଧ୍ୟ ରେ ସାମାନ୍ୟ ପାର୍ଥକ୍ୟ ରହିଛି ।
ରେଫ୍ରିଜେରେଟର ତାପମାତ୍ରାରେ ଫାଇଜର ଟିକା ୫ ଦିନ ପର୍ଯ୍ୟନ୍ତ ଏବଂ ମଡ଼ର୍ଣ୍ଣା ଟିକା ୩୦ ଦିନ ପର୍ଯ୍ୟନ୍ତ ରହିପାରିବ । ସାଧାରଣତ ୧୨ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରାରେ ମଡେର୍ଣ୍ଣା ଟିକା ରହିପାରିବ ।ଜଣେ ବ୍ୟକ୍ତିକୁ ଏହି ଦୁଇଟି ଟିକା ମାତ୍ର୨ଟି ଦିଆଯିବ ।ଭାରତ ୧୦୦ କୋଟି ଟିକା କିଣିବ ବୋଲି ପ୍ରସ୍ତୁତ ହୋଇଛି । ସଂପୂର୍ଣ୍ଣ ଟିକାକରଣ ପାଇଁ ଭାରତ ନିଜର ୩୦୦ କୋଟି ମାତ୍ରା ଆବଶ୍ୟକ କରୁଛି ।