ଭୁବନେଶ୍ୱର(ଏଟିଆର ବ୍ୟୁରୋ); ସାଧାରଣ ଲୋକଙ୍କ ଭିତରେ ସଚେତନ ସୃଷ୍ଟି କରିବା ପାଇଁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସ୍ଥାନୀୟ ଇଡକଲ ଅଡିଟୋରିୟମରେ ଫଟୋ ପ୍ରଦର୍ଶନୀ ପ୍ରତିଯୋଗିତା କରାଯାଇଛି । ଏଥିରେ ରାଜ୍ୟର କୋଣ ଅନୁକୋଣରୁ ଫଟୋଗ୍ରାଫର ଏବଂ ଛାତ୍ର,ଛାତ୍ରୀ ପଠାଇଥିବା ୧୦୦ରୁ ଅଧିକ ଫଟୋ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇଥିଲେ । ଆୟୋଜିତ ହୋଇଥିବା ଫଟୋପ୍ରଦର୍ଶନୀରେ କୃତି ପ୍ରତିଯୋଗୀମାନଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ ।
ଭିନ୍ନକ୍ଷମଙ୍କ ଉଦେଶ୍ୟରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ଭାରତର ଚଳଚିତ୍ର ନିର୍ଦ୍ଦେଶକଙ୍କ ପଠାଯାଇଥିବା ୨୫ଟି ଚଳଚିତ୍ର ଏଠାରେ ପ୍ରଦର୍ଶନ କରାଯାଇଥିଲା । ଏହି ସବୁ ଚଳଚିତ୍ର ଦେଖି ମଜା ଉଠାଇଥିଲେ ଉପସ୍ଥିତ ଥିବା ଜନତା । ତେବେ ଏହି ଛୋଟ ଚଳଚିତ୍ରରେ ଭରି ରହିଥିଲା ବହୁ ଶିକ୍ଷଣୀୟ କଥା । ଏହାଦ୍ୱାରା ଦିବ୍ୟାଙ୍ଗମାନଙ୍କ ଅସୁବିଧା ଏବଂ ଯେଉଁ ମାନଙ୍କ ମନରେ ଭାବନା ଥିଲା କି ଦିବ୍ୟାଙ୍ଗମାନେ ଅଭିଶାପ ଏବଂ ଏବଂ ଏମାନେ ସମାଜ ପାଇଁ କିଛି କରିପାରିବେ ନାହଁ ଚଳଚିତ୍ର ଦେଖିବା ପରେ ମନରୁ ସବୁ ଭ୍ରମ ଦୂର ହେବା ସହ ଦିବ୍ୟାଙ୍ଗଙ୍କ ପ୍ରତି ଏକ ଅଲିଭା ଛାପ ମନରେ ରହିଯାଇଥିବା ଦେଖିବାକୁ ମିଳିଛି ।
ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କ ମନରେ ଦିବ୍ୟାଙ୍ଗ ପ୍ରତି ଥିବା ଭ୍ରମ ଧାରଣା ଦୂର କରିବା ଏବଂ ଏହି ଭିନ୍ନକ୍ଷମ ଦିବ୍ୟାଙ୍ଗ ମାନଙ୍କୁ ସାହାର୍ଯ୍ୟ ସହାନୁଭୂତି ଦେଖାଇ ମିଳିମିଶି ଚଳିବା ଯାହାଦ୍ୱାରା କି ଏକ ସୁନ୍ଦର ଦେଶ ଗଢ଼ିଉଠିବ । ଯାହାଦ୍ୱାରା ଏମାନଙ୍କୁ ଆଉ କେହି ବି ଘୃଣ୍ୟମନେ କରିବେ ନାହିଁ । ଏବଂ ସମାଜରେ ଏକ ଭାଇଚାର ବଢ଼ିବ ବୋଲି ଆଶା କରାଯାଇଛି ।