ମାଲକାନଗିରି(ଏଟିଆର ବ୍ୟୁରୋ): ଛତିଶଗଡ ବିଜାପୁର ମାଓ ଆକ୍ରମଣ ପରେ ନିଖୋଜ ହୋଇଥିବା ଯବାନ ରାକେଶ୍ୱର ସିଂହ ମାନହାସଙ୍କ ଫଟୋ ସାମ୍ନାକୁ ଆସିଛି । ମାଓବାଦୀମାପେ ଯବାନଙ୍କୁ ନିୁ ପାଖରେ ରଖିଥିବାର ଦେଖିବାକୁ ମିଳିଛି । ଏହାସହ ତାଙ୍କୁ ଛଡିବା ପାଇଁ ସରକାର ମଧ୍ୟସ୍ଥଙ୍କ ନାଁ ଘୋଷଣା କରିବାକୁ କହିଛନ୍ତି ମାଓବାଦୀ ।
ଯବାନ ରାକେଶାରଙ୍କ ଦେହରେ ଗୁଳି ବାଜିଛି । ତାଙ୍କର ଚିକିତ୍ସା କରାଯାଇଥିବାବେଳେ ଦୁଇ ଦିନ ମଧ୍ୟରେ ମାଓବାଦୀ ତାଙ୍କୁ ଛାଡିଦେବେ ବୋଲି ସୂଚନା ଦେଇଛନ୍ତି । ଏହି ଫଟୋରେ ରାକେଶ୍ୱର ଏକ ଝୁମ୍ପୁଡି ଘରେ ବସିଥିବାର ଦେଖାଯାଉଛି । ଏଥିସହ ଯବାନମାନଙ୍କଠାରୁ ଲୁଟିଥିବା ଅସ୍ତ୍ରଶସ୍ତ୍ରର ଫଟୋ ମଧ୍ୟ ଜାରି କରିଥିଲା ।
ସେହିପରି ଯବାନଙ୍କ ଗୁଳିମାଡରେ ଜଣେ ମହିଳା ମାଓବାଦୀଙ୍କ ସମେତ ୫ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ନେଇ ପ୍ରେସ ରିଲିଜରେ ଜାରି କରିଛି ନକ୍ସଲ ସଂଗଠନ । ବିଜାପୁର ଜୋନାଗୁଡା ଜଙ୍ଗଲରେ ନକ୍ସଲଙ୍କ ନରସିଂହପୁର ପରେ ସିଆରପିଏଫ ଯବାନ ରାକେଶ୍ୱର ସିଂହଙ୍କ ପତ୍ତା ମିଳିନଥିଲା ।ରାକେଶଙ୍କୁ ମାଓବାଦୀଙ୍କ କବଳରୁ ମୁମାବିଲା ସରକାରଙ୍କ ତରଫରୁ କିଛି ଉଦ୍ୟମ କରାଯାଉ ନାହିଁ । ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯାଇ ରାକେଶ୍ୱରଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି ପରିବାର ଲୋକ ।