ସାଲେପୁର (ଏଟିଆର ବ୍ୟୁରୋ): ଭାରସାମ୍ୟ ହରାଇ କଟକ ପାରାଦୀପ ରାସ୍ତା କମରପଦାରେ ହାଇୱାକୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡିଛି ପିକିନିକ୍ ବସ୍ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା କରିବା ଲାଗି କଟକ ବଡ ହସ୍ପିଟାଲକୁ ପଠାଇ ଯିଆଯାଇଛି । ଅନ୍ୟପଟେ ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହାଇୱା ଡ୍ରାଇଭର ଏବଂ ଅନ୍ୟଜଣେ ବସ୍ ହେଲପର ବୋଲି ଜାଣିବାକୁ ମିଳିଛି ।
ଖବରମୁତାବକ, ଆଜି ଭୋରୁ ଏକ ଘରୋଇ ବସ୍ ଟି ୪୦ ଜଣ ଯାତ୍ରୀଙ୍କୁ ନେଇ ପିକିନିକ୍ ରେ ବାହାରିଥିଲା । ଭୁବନେଶ୍ୱରୁ ବାହାରି ପାରାଦୀପ ଯାଉଥିବା ବେଳେ କମରାପଦା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱାକୁ ଧକ୍କା ଦେଇଥିଲା । ଫଳରେ ବସ୍ ଏବଂ ହାଇୱା ଉଭୟ ଓଲଟି ପଡିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି ।