ପୁରୀ (ଏଟିଆର ବ୍ୟୁରୋ): ମହାପ୍ରଭୁଙ୍କ ଦର୍ଶନ ହେବ ଆହୁରି ସହଜ । ଆସନ୍ତା ବର୍ଷରୁ ମିଳିବ ନୂତନ ଅନୁଭୂତି । କାରଣ ଖୁବଶୀଘ୍ର ବଡଦାଣ୍ଡରେ ହେବାକୁ ଯାଉଛି ଏସି ଟନେଲ ବ୍ୟବସ୍ଥା । ଏହି ସେଣ୍ଟ୍ରାଲ ଏସି ଟନେଲ ଦେଇ ଭକ୍ତ ସିଂହଦ୍ୱାର ପର୍ଯ୍ୟନ୍ତ ପହଁଚି ପାରିବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି କାମ ସାରିବାକୁ ଲକ୍ଷ୍ୟ ରଖଯାଇଛି ।
ସେହିପରି ପାର୍କିଂ ପାଇଁ ମଧ୍ୟ ୩ଟି ମଲ୍ଟି ପାର୍କିଂ ବ୍ୟବସ୍ଥା କରାଯାଉଛି । ଅନ୍ୟପଟେ ଜେଲ୍ ରୋଡ ସ୍ଥିତ ମଲ୍ଟି ଲେବଲ କାର ପାର୍କିଂ ର ଶୁଭ ଉଦଘାଟନ ହୋଇଯାଇଛି ।