ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଘଣ୍ଟା ପ୍ରତି ୯ କିମି ବେଗରେ ଡିପ୍ରେସନ ଆଗକୁ ବଢୁଛି । ଏହା ଗଭୀର ଅବପାତରେ ପରିଣତ ହୋଇ ଆସନ୍ତାକାଲି ଦକ୍ଷୀଣ-ପଶ୍ଚିମ ବଙ୍ଗୋପସାଗରରେ ସାଇକ୍ଲୋନ ସୃଷ୍ଟି ହେବ । ଏହି ସାଇକ୍ଲୋନର ନାଁ ରହିଛି ମିଗଜମା ।
ଏହି ସାଇକ୍ଲୋନ ଆସନ୍ତା ୪ ତାରିଖ ବେଳକୁ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳ ନିକଟରେ ପହଁଚି ୫ ତାରିଖ ରେ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୮୦ ରୁ ୯୦ କିମି ରହିବ ଏହାସହିତ ପବନର ବେଗ ୧୦୦ କିମି ମଧ୍ୟ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।