ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପିଣ୍ଟୁ ନନ୍ଦଙ୍କ ନାମରେ ଆସିଥିବା କାଷ୍ଟିଂ କାଉଚକୁ ଆଜି ଖୋଦ ପିଣ୍ଟୁ ନନ୍ଦ ଖଣ୍ଡନ କରିଛନ୍ତି । ଏହି ଅବସରରେ ପିଣ୍ଟୁ ନନ୍ଦ କହିଛନ୍ତି ସେ ଝିଅକୁ ମୁଁ ଚିହ୍ନିନି କି ଜାଣିନି । ତା ସହିତ ମୋର କୌଣସି ପରିଚୟ ନାହିଁ । ଏ ସବୁ ମିଛ ଅଭିଯୋଗ । ଏବଂ ଭିତ୍ତିହୀନ । ଥାନାରେ ପ୍ରଥମ ଥର ପାଇଁ ସେ ଝିଅକୁ ମୁଁ ଦେଖିଲି ।
ସେ ଆହୁରି ମଧ୍ୟ କହିଛନ୍ତି ଯେଉଁ ସ୍ଥାନରେ ସୁଟିଂ ହେଉଥିବଲା ସେ ସ୍ଥାନରେ ସିସି ଟିଭି ଲାଗିଥିଲା । ସିସି ଟିଭି ଚେକ କଲେ ସମସ୍ତ ସତ୍ୟ ସାମ୍ନାକୁ ଆସିବ । ସୂଚନାଯୋଗ୍ୟ ଜଣେ ଯୁବତୀଙ୍କୁ ସିନେମାରେ କାମ ଦେବାକୁ କହି ପଇଣ୍ଟୁ ନନ୍ଦ ଖରାପ ବ୍ୟବହାର କରିଥିବା ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଏବେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।