ଭୁବନେଶ୍ୱର(ଏଟିଆର ବ୍ୟୁରୋ):କରୋନା କଟକଣା ପାଇଁ ବନ୍ଦ ରହିଥିବା ପଠାଣି ସାମନ୍ତ ପ୍ଲାନେଟୋରିୟମ ଆସନ୍ତା ଫେବ୍ରୁଆରୀ ୨ ତାରିଖରୁ ଖୋଲିବାକୁ ଯାଉଛି ।ଏହା ସହ ଡ. ଅବଦୁଲ କଲାମ ପ୍ଲାନେଟୋରିୟମ୍ ଏବଂ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ସଂଗ୍ରହାଳୟ ମଧ୍ୟ ଖୋଲିବ ।କେବଳ ସୋମବାର ଦିନକୁ ଛାଡି ଆଉ ଅନ୍ୟ ଦିନ ମାନଙ୍କରେ ଖୋଲା ରହିବ ପ୍ଲାନେଟୋରିୟମ ।
କରୋନା ପାଇଁ ହୋଇଥିବା ଗାଇଡଲାଇନ ଅର୍ଥାତ ସାମାଜିକ ଦୂରତା ରକ୍ଷା କରିବା ସହ ପ୍ଲାନେଟୋରିୟମ୍ ପରିସରରେ ମାସ୍କ ପିନ୍ଧିବା ସହ ହାତକୁ ବାରମ୍ଭାର ସାନିଟାଇଜର କରିବା ବାଧ୍ୟତାମୂଳକ କରାଯାଇଛି । ପ୍ଲାନେଟୋରିୟମର ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ପ୍ଲାନେଟୋରିୟମ ଭିତରେ ପ୍ରତିଟି ସୋ ପାଇଁ ଆମେ ୫୦ ଜଣଙ୍କୁ ଅନୁମତି ଦେବୁ ।
ସେହିପରି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ରେ ପ୍ରତି ଟି ସୋ ପାଇଁ ୧୭୦ ଟି ସିଟ ରହିଥିବା ବେଳେ ବୁର୍ଲ୍ଲା ପ୍ଲାନେଟୋରିୟମ ପାଇଁ ୧୪୦ ଟି ସିଟ ରହିଛି । କିନ୍ତୁ ବର୍ତ୍ତମାନ ଏହି ଉଭୟ ପ୍ଲାନେଟୋରିୟମ ପାଇଁ ୫୦ ଜଣଙ୍କୁ ଅନୁମତି ଦିଆଯିବ । ୨ ଟି ସୋ ମଧ୍ୟରେ ସମୟ ଅବଧିକୁ ଏବେ ବଢାଇ ଦିଆଯାଇଛି । ଫଳରେ ହଲକୁ ଭଲ ଭାବେ ବିଶୋଧିତ କରାଯିବା ସହ ପରବର୍ତ୍ତୀ ଓ ପଛ ସିଟକୁ ଛାଡି ଦର୍ଶକଙ୍କ ବସିବାର ବ୍ୟବସ୍ଥା ହୋଇଛି ।