ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହେବ ନୀତି ଆୟୋଗର ୬ଷ୍ଠ ବୈଠକ । ମୋଦୀ ଭିଡିଓ କନଫରେନ୍ସ ଜରିଆରେ ୧୦ ଟା ୩୦ ରେ ଆୟୋଜିତ କରିବେ ।
ଏହି ବୈଠକରେ କୃଷି , ଭିତ୍ତିଭୂମି , ଉତ୍ପାଦନ, ମାନବ ସମ୍ବଳ ବିକାଶ , ତୃଣମୁଳ ସ୍ତରରେ ସେବା , ସ୍ୱାସ୍ଥ୍ୟ ଆଦି ଗୁରୁତ୍ୱପୁର୍ଣ୍ଣ ବିଷୟରେ ଆଲୋଚନା ହେବ । ବୈଠକରେ ମୁଖ୍ୟମନ୍ତ୍ରୀ , ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଲେଫ୍ଟନାଣ୍ଟ ଗର୍ଭର୍ଣ୍ଣରମାନେ ଯୋଗଦେବେ ।
ଜମ୍ମୁକାଶ୍ମୀରରୁ ଲଦାଖ ଅଲଗା ହେବା ପରେ ପ୍ରଥମ ଥର ନୀତି ଆୟୋଗର ବୈଠକରେ ଯୋଡିହେବେ । ପରିଚାଳନା ପରିଷଦର ପୂର୍ବତନ ଅଧିକାରୀ, କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗଦେବେ ।
ଏହା ନୀତି ଆୟୋଗର ଷଷ୍ଠ ବୈଠକ ହେବ ।ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରଶାସିତ ପ୍ରଦେଶର ରାଜ୍ୟପାଳ ଓ ଅନେକ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ତେବେ ବୈଠକକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୟକଟ୍ କରିବେ ବୋଲି ଜଣାପଡିଛି ।