ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):କୋଚି ମାଙ୍ଗାଲୋର ପ୍ରାକୃତିକ ଗ୍ୟାସ ପାଇପଲାଇନ ଆଜି ଅପରାହ୍ନ ୧୧ ଟା ରେ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି । ଗେଲ ଇଣ୍ଡିଆ ଲିମିଟେଡ ଦ୍ୱାରା ଏହି ପାଇପ ଲାଇନ ୪୫୦ କିଲୋମିଟର ଦ୍ୱାରା ନିର୍ମିତ ହୋଇଛି । ଏହି ପାଇପ ଲାଇନରେ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ଯୋଇଛି ।
ଏହି ଅବସରରେ ମୋଦି କହିଛନ୍ତି ମିଳିମିଶି ହୋଇ କାମ କଲେ କୈାଣସି କାମ ଅସମ୍ଭବ ନୁହେଁ ।ଏହାର ମୁଖ୍ୟ ଭୂମିକା ହେଉଛି ୨ ଟି ରାଜ୍ୟର ପ୍ରଦୂଷଣ କୁ କମ୍ କରିବା । ଏହି ପାଇପ୍ଲାଇନ ଏର୍ଣ୍ଣାକୁଲମ, ତ୍ରିସୁର, ପାଲାକାଡ, ମଲପୁରମ୍, କୋଜିକୋଡ଼, କନୌର ଓ କାଶରାଗଡ଼ ଜିଲ୍ଲା ଦେଇ କେରଳର କୋଚିସ୍ଥିତ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ପୁନଃ ବାଷ୍ପୀକରଣ ଟର୍ମିନାଲ୍ରୁ କର୍ଣ୍ଣାଟକର ମାଙ୍ଗାଲୁରୁ ପର୍ୟ୍ୟନ୍ତ ଗ୍ୟାସ୍ ପରିବହନ କରିବ ।