ଭୁବନେଶ୍ୱର(ଏଟିଆର ବ୍ୟୁରୋ): ୨୦୧୯ ପାଇଁ ଭାରତୀୟ ସିନେମାର ସବୁଠାରୁ ପ୍ରତିଷ୍ଠିତ ଆୱାର୍ଡ ଦାଦା ସାହେବ ଫାଲକେ ଆୱାର୍ଡ ପ୍ରଦାନ କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ପ୍ରକାଶ ଜାଭେଦକର । ରଜନୀକାନ୍ତଙ୍କ ଏହି ପୁରସ୍କାର ପାଇଁ ତାଙ୍କୁ ଅନେକ ଷ୍ଟାରମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଏହି ସମ୍ମାନ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ମୋଦୀ ଟ୍ୱିଟ କରି ଲେଖିଛନ୍ତି , ‘ଏହା ବହୁ ଖୁସିର କଥା ଯେ ଥଲାଇବାଙ୍କୁ ଦାଦା ସାହେବ ପଚରସ୍କାରରେ ସମ୍ମାନିତ କରାଯାଇଛି ।ଅନେକ ପିଢୀ ମଧ୍ୟରେ ଏତେ ବଡ ଜଣାଶୁଣା କ୍ୟରିଅର ,ଭିନ୍ନ ଭିନ୍ନ ଭୂମିକା ଓ ଅଭିଭୂତକରିଥିବା ବ୍ୟକ୍ତିତ୍ୱ ଏମିତି ହେଉଛନ୍ତି ରଜନୀକାନ୍ତ । ଏହି ସମ୍ମାନ ପାଇଁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ’
ଏବଂ ଏହାସହ ନବୀନ ଟ୍ୱିଟ କରି ଲେଖିଛନ୍ତି, ‘ଦାଦା ସାହେବ ଫାଲକେ ପୂରସ୍କାରରେ ସମ୍ମାନିତ ହୋଇଥିବାରୁ ଲୋକପ୍ରିୟ ଅଭିନେତାଙ୍କୁ ଅଭିନନ୍ଦନ । ଭରସାଟାଇଲ ଅଭିନେତା ରଜନୀକାନ୍ତଙ୍କର ଭାରତୀୟ ସିନେମାର ଅଭିବୃଦ୍ଧି ପାଇଁ ଅତୁଳନୀୟ ଅବଦାନ ରହିଛି । ଯେଉଁଥିପାଇଁ ତାଙ୍କୁ ଲକ୍ଷ ଲକ୍ଷ ସିନେମା ପ୍ରେମୀ ଭଲ ପାଉଛନ୍ତି । ’