ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ତିଆରି କରାଯାଇଥିବା ମୈତ୍ରୀ ସେତୁକୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦୀଙ୍କ ସମେତ ବାଂଲାଦେଶ ପ୍ରତିପକ୍ଷ ଶେଖ ହସିନା ମଧ୍ୟ ଉପସ୍ଥିତ ଥିଲେ ।
ଏହି ସେତୁ ତ୍ରିପୁରା ଓ ବାଂଲାଦେଶ ସୀମା ଦେଇ ପ୍ରବାହିତ ହେଉଥିବା ଫନି ନଦୀ ଉପରେ ନିର୍ମାଣ କରାଯାଇଛି । ଭାରତ ଓ ବାଂଲାଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଧାରରେ ଏହି ସେତୁର ନାମ ମୈତ୍ରୀ ରଖାଯାଇଛି ।
୧୩୩ କୋଟି ଟଙ୍କାର ବ୍ୟୟ ଅଟକଳରେ ଜାତୀୟ ରାଜପଥ ଏବଂ ଭିତ୍ତିଭୂମି ବିକାଶ ନିଗମ ଦ୍ୱାରା ଏହି କାର୍ୟ୍ୟ ହାତକୁ ନିଆଯାଇଥିଲା।୧ଦଶମିକ ୯ କିଲୋମିଟର ଦୀର୍ଘ ଏହି ସେତୁ ଭାରତର ସବ୍ରୁମ୍ ସହିତ ବାଙ୍ଗଲାଦେଶର ରାମଗଡ଼କୁ ସଂଯୋଗ କରୁଛି। ଏହା ବାଙ୍ଗଲାଦେଶର ଚିଟାଗଙ୍ଗ ବନ୍ଦର ସହିତ ସିଧାସଳଖ ସଂଯୋଗ ସ୍ଥାପନ କରିବ, ଯାହାକି ସବ୍ରୁମ୍ଠାରୁ ମାତ୍ର ୮୦ କିଲୋମିଟର ଦୂର ହେବ।
ଏହି ପ୍ରକଳ୍ପ ୨୩୨ କୋଟି ଟଙ୍କା ବ୍ୟୟରେ ଭାରତୀୟ ଭୂମି ବନ୍ଦର ପ୍ରାଧିକରଣ ଦ୍ୱାରା ନିର୍ମାଣ କରାଯାଉଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ୬୩ଦଶମିକ୍ ୭/୫ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ରାଜ୍ୟ ରାଜପଥ ଏବଂ ଅନ୍ୟାନ୍ୟ ଜିଲ୍ଲା ସଡ଼କ ଗୁଡ଼ିକୁ ଉଦ୍ଘାଟନ କରିବେ।