ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ପୂର୍ବତନ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଗୃହମନ୍ତ୍ରୀ ଅମିତ ଶାହା , ଓ ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ସାରା ଦେଶ ମନେ ପକାଉଛି । କାରଣ ବାଜପେୟୀ ତାଙ୍କ ଜୀବନରେ ଅନେକ ଗୁଡିଏ ଐତିହାସିକ କାମ କରିଯାଇଛନ୍ତି ।ଭାରତ ରତ୍ନ ବାଜପେୟୀଙ୍କୁ ଦେଶର କିଛି ଭଲ ନେତାଙ୍କ ମଧ୍ୟରେ ଗଣତି କରାଯାଇଛି ।
୨୦୧୫ ମସିହାରେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ଜବାହାରଲାଲ ନେହେରୁଙ୍କ ପରେ ବାଜପେୟୀ ଏକମାତ୍ର ଯିଏକି ପ୍ରଧାନମନ୍ତ୍ରୀ ପଦରେ ତିନିଥର କାର୍ଯ୍ୟ କରିଥିଲେ । ସେ ରାଜନୀତିରେ ଥାଇ ମଧ୍ୟ କୌଣସି ବିରୋଧ ଦଳ କାର୍ଯ୍ୟ କରୁନଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୃତୀୟ ମୃତ୍ୟୁ ବାର୍ଷିକୀରେ ଲକ୍ଷ୍ନୌରେ ଅପରାହ୍ନ ୫.୩୦ ସମୟରେ ‘ମେରୀ ଯାତ୍ରା-ଅଟଳ ଯାତ୍ରା’ ନାମକ ଏକ ନାଟକ ମଞ୍ଚସ୍ଥ ହେବ ।ଏହି ଅବସରରେ,ଅଟଳ ବିହାରୀଙ୍କ ସହିତ କାମ କରିଥିବା ୧୫ ଜଣଙ୍କୁ ସମ୍ମାନିତ କରାଯିବ ।