ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୋନି ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ୍ ରିଆଲିଟି ସୋ’ ଇଣ୍ଡିଆନ ଆଇଡଲ ସିଜିନ ୧୨ର ଗ୍ରାଣ୍ଡଫିନାଲେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଜିମାତ୍ କରିଛନ୍ତି ଉତ୍ତରାଖଣ୍ଡର ପୱନଦୀପ ରାଜନ । ଫିନାଲେ ରାଉଣ୍ଡରେ ଥିବା ୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ ଜଣଙ୍କୁ ପଛରେ ପକାଇ ବିଜୟ ଟ୍ରଫି ହାତେଇଛନ୍ତି ପୱନଦୀପ । ଏଥିରେ ତାଙ୍କୁ ଏକ ଲକଜୁରୀ କାର୍ ଏବଂ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।
ଫିନାଲେ ରାଉଣ୍ଡରେ ଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । କିନ୍ତୁ ଏଥିରେ ପୱନଦୀପ ହିଁ ବିଜୟ ହୋଇଛନ୍ତି । ସେହିପରି ଏଥିରେ ଅରୁଣିତା କାଞ୍ଜିଲାଲ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସାୟଲି କାମ୍ବଲେ ତୃତୀୟ ସ୍ଥାନରେ,ମହମ୍ମଦ ଦାନୀଶ ଚତୁର୍ଥ ସ୍ଥାନରେ, ନିହାଲ ପଞ୍ଚମ ସ୍ଥାନରେ ଏବଂ ଶେଷ ତଥା ଷଷ୍ଠ ସ୍ଥାନରେ ଶାନମୁଖାପ୍ରିୟା ରହିଥିଲେ ।