ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟେଲିଭିଜନ ରିଆଲିଟି ସୋ ‘ଖତ୍ରୋ କି ଖିଲାଡି’ ସର୍ବଦା ଚର୍ଚ୍ଚାରେ ରହିଥାଏ । ଷ୍ଟଣ୍ଟ ବିଶିଷ୍ଟ ଏହି ରିଆଲିଟି ସୋ’ ର ସିଜିନ ୧୨ ଖୁବ୍ ସଫଳତା ହାସଲ କରିଥିବା ବେଳେ ଏବେ ସିଜିନ୍ ୧୩ କୁ ନେଇ ଚର୍ଚ୍ଚା ଜୋର ଧରିଛି । ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ସିଜିନ୍ ୧୩ । ତେବେ ଆସନ୍ତୁ ଜାଣିବା ଏଥରକ କେଉଁମାନେ ଏହି ସୋ’ ପ୍ରତିଯୋଗିତା ଭାବେ ଭାଗ ନେଉଛନ୍ତି ଏବଂ କେବେଠୁ ସୋ’ ଆରମ୍ଭ ହେଉଛି ।
ଚର୍ଚ୍ଚା ହେଉଛି କି ୧୭ ଜୁଲାଇରୁ ଅନ-ଏୟାର ହୋଇପାରେ ଖତ୍ରୋ କି ଖିଲାଡି ର ସିଜିନ୍ ୧୩ । ମେ ରେ ସମସ୍ତ ପ୍ରତିଯୋଗୀ ଙ୍କ ସୁଟିଂ ଆରମ୍ଭ ହେବ ଏବଂ ଜୁଲାଇରେ କଲର୍ସ ଟିଭିରେ ରାତି ସାଢେ ୯ଟାରେ ସୋ ଅନ-ଏୟାର ହେବ ।
ପ୍ରତିଯୋଗୀ ତାଲିକାରେ ଯେଉଁ ମାନଙ୍କ ନାଁ ଚର୍ଚ୍ଚା ହେଉଛି ସେମାନେ ହେଲେ,ଶିବ ଠାକରେ, ଶାଲିନୀ ଭନୋଟ, ଉର୍ଫି ଜାଭେଦ, ସୌନ୍ଦର୍ଯ୍ୟା ଶର୍ମା, ମୁନବ୍ୱର ଫାରୁକି, ପ୍ରିୟଙ୍କା ଚାହର ଚୌଧରୀ, ଦିଶା ପରମାର, ନକୁଳ ମେହେତା, ଅର୍ଚ୍ଚନା ଗୌତମ, ଅବନୀତ କୌର ।