ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତ ବିଶ୍ୱର ସର୍ବ ବୃହତ୍ତମ ଟିକାକାଣ ଆରମ୍ଭ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ନ୍ୟାସନାଲ କନକ୍ଲେଭରେ ମୋଦି କହିଛନ୍ତି ସମସ୍ତ ବୈଜ୍ଞାନିକ ଓ ଟେକନେଲେଜି ପାଖରେ ଆମେ ସମସ୍ତେ ରୁଣୀ । ପ୍ରଧାନମନ୍ତ୍ରୀ ମୋଦି ନ୍ୟାସନାଲ ଏନଭିରୋନ୍ମେଣ୍ଟାଲ ଷ୍ଟାଣ୍ଡାର୍ଡ ଲାବ୍ରୋଟରିର ଶିଳାନ୍ୟାସ କରିଛନ୍ତ ।
ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ୱାରା ନିର୍ମିତ ଅକ୍ସଫୋର୍ଡ କୋଭିଡ ୧୯ ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକ ଟିକା କୋଭାକ୍ସିନ କୁ ମଞ୍ଚୁରି ମିଳିଛି । ଦେଶର ଶିକ୍ଷା ପ୍ରତିଷ୍ଠାନର ଶିକ୍ଷାର୍ଥୀଙ୍କ ସହ ଆଲୋଚନା କରି ସେମାନଙ୍କ ଅଭିଞତାକୁ ପରବର୍ତ୍ତୀ ପିଢି ସହ ବାଣ୍ଟିବା ପାଇଁ ସେ “ସିଏସିଆଇଆର” ବୈଜ୍ଞାନିକମାନଙ୍କୁ କହିଛନ୍ତି ।
‘ମେଡ୍ ଇନ୍ ଇଣ୍ଡିଆ’ର ବୈଶ୍ୱିକ ଚାହିଦା ଏବଂ ଗ୍ରହଣୀୟତା ଆବଶ୍ୟକ ବୋଲି ଆମେ ସୁନିଶ୍ଚିତ ହେବା ଦରକାର।ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଉପସ୍ଥିତ ଥିଲେ ।