ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ଚଳିତ ବର୍ଷ ସାରା ଦେଶରେ ଲକ ଡାଉନ ଜାରି ହୋଇ ହୋଇଥିବାରୁ ପଣା ସଂକ୍ରାନ୍ତି ଫିକା ପଡିଛି । ମାତ୍ର ଓଡିଆ ମାନେ ନିଜ ନିଜ ଘରେ ରହି ପଣା ସଂକ୍ରାନ୍ତି କରିବା ସହିତ ଚଉରା ତୂଳସୀ ଉପରେ ପାଣି ଘଡି ବସାଇଛନ୍ତି । ତେବେ ମହା ବିଷୁବ ସଂକ୍ରାନ୍ତି ଓ ଓହିଆ ନବବର୍ଷ ଉପଲକ୍ଷେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି “ଓଡ଼ିଶାବାସୀଙ୍କୁ ଓଡ଼ିଆ ନବ ବର୍ଷ ଅବସରରେ ହାର୍ଦ୍ଦିକ ଶୁଭକାମନା । ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଅଭିନନ୍ଦନ । ବର୍ଷ ସାରା ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା” ।
ଓଡ଼ିଶାବାସୀଙ୍କୁ ଓଡ଼ିଆ ନବ ବର୍ଷ ଅବସରରେ ହାର୍ଦ୍ଦିକ ଶୁଭକାମନା । ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଅଭିନନ୍ଦନ । ବର୍ଷ ସାରା ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା ।
Happy #OdiaNewYear and Maha Bishuba Pana Sankranti. May the coming year bring happiness and good health in everyone’s lives.
— Narendra Modi (@narendramodi) April 13, 2020