ଦିଗପହଣ୍ଡି ( ଏଟିଆର ବ୍ୟୁରୋ): ଜ୍ୱାଇଁକୁ ଛୁରା ମାଡ କରି ଶ୍ୱଶୁର ଫେରାର ହୋଇଯିବା ଘଟଣାକୁ ବିତି ଗଲାଣି ମାସେ । ହେଲେ ଗିରଫ ହୋଇ ପାରିଲା ନାହିଁ ଅଭିଯୁକ୍ତ । ଗତ ଜୁଲାଇ ୧୮ ତାରିଖରେ ଦିଗ ପହଣ୍ଡିରେ ହୋଇଥିବା ହତ୍ୟା ଉଦ୍ୟମରେ ଏବେ ବି ପୋଲିସ ହାତ ଖାଲି । ଯାହାକୁ ନେଇ ଏବେ ପୋଲିସର କାର୍ଯ୍ୟଶୈଳି ଉପରେ ପ୍ରଶ୍ନ ଉଠିଛି । ଅପରାଧକୁ ୩୮ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଏହି ଘଟଣାର ଅଭିଯୁକ୍ତକୁ ଗିରଫ କରି ପାରିନି । ସୂଚନାଯୋଗ୍ୟ ଗତ ଜୁଲାଇ ୧୮ ତାରିଖ ସନ୍ଧ୍ୟାରେ ଦିଗପହଣ୍ଡି ସହର ପୁଞ୍ଜିକୟାଁ ଛକରେ ଜ୍ୱାଇଁକୁ ଛୁରାମାଡ କରିବାକୁ ଉଦ୍ୟମ କରୁଥିବା ଶଶୁର ସେବେଠାରୁ ଫେରାର ହୋଇ ଯାଇଥିଲେ ମଧ୍ୟ ପୋଲିସ ଅଭିଯୁ୍କ୍ତକୁ ଧରିବାରେ ସଫଳ ହୋଇ ପାରିନାହିଁ ।
ଯାହାକୁ ନେଇ ଆକ୍ରମଣର ଶୀକାର ହୋଇଥିବା ଜ୍ୱାଇଁଙ୍କ ପରିବାର ଭୟ ଓ ଆଶଙ୍କା ଭିତରେ ଦିନ କାଟୁଛନ୍ତି । ଗୁରୁତର ହୋଇ ଡାକ୍ତଖାନାରୁ ଫେରିଥିବା ସଞ୍ଜୟ ଗୌଡ ଏବଂ ତାଙ୍କ ପତ୍ନୀ ଜୟନ୍ତୀ ଗୌଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଅଭିଯୁକ୍ତ ଗିରଫ ହୋଇ ନଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଅପରାଧୀଙ୍କ ପରିବାରକୁ ସୁରକ୍ଷା ଦିଆ ଯାଉ ନଥିବାରୁ ପୋଲିସ ଉପରେ ତାଙ୍କ ଆସ୍ଥା ତୁଟି ଯାଇଥିବା ସେମାନେ ପ୍ରକାଶ କରିଛନ୍ତି ।
ପୁରା ଘଟଣା ଥିଲା ଏମିତି- କଲ୍ୟାଣପୁର ଗ୍ରାମର ଉମାକାନ୍ତ ଗୌଡଙ୍କ ଝିଅ ଜୟନ୍ତୀ ସେହି ଗ୍ରାମର ମହେଶୁ ଗୌଡଙ୍କ ପୁଅ ସଞ୍ଜୟ ସ୍ପରସ୍ପରକୁ ଭଲ ପାଉଥିଲେ । ଗତ ଜୁନ ୩୦ ତାରିଖରେ ପରସ୍ପରକୁ ପ୍ରେମ ବିବାହ କର ସହରରେ ରହି ଆସୁଥିଲେ । ଏହି ବିବାହକୁ କିନ୍ତୁ ଜୟନ୍ତୀଙ୍କ ବାପା ଗ୍ରହଣ କରୁ ନଥିଲେ । ସେ ସବୁବେଳେ ଏହାକୁ ବିରୋଧ କରି ଆସୁଥିଲୋ । ତେବେ ଗତ ଜୁଲାଇ ୧୮ ତାରିଖ ଦିନ ସଞ୍ଜୟ ଏକ ଗାରମେଣ୍ଟ ଷ୍ଟୋରରେ କାମ ସାରି ଘରକୁ ଫେରିବା ସମୟରେ ଶ୍ୱଶୁର ସଂଞ୍ଜୟଙ୍କୁ ଏକ ଛୁରାରେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ।