ସମ୍ବଲପୁର (ଏଟିଆର ବ୍ୟୁରୋ ) ; ଲାଞ୍ଚ ନେଇ ଫସିଗଲେ ପୋଲିସ ବାବୁ । ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେଲେ ଲାଞ୍ଚୁଆ ପୋଲିସ । ଜଣେ ଗାଡି ମାଲିକଙ୍କ ଠାରୁ ମାତ୍ର ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ପ୍ରମାଣ ସହ କାବୁ କରିଛି । ଗିରଫ ପୋଲିସ ଜଣକ ସମ୍ବଲପୁର ସଦର ଥାନା ଏଏସଆଇ କିଶୋର ବାଗ ।
ଖବର ଅନୁସାରେ , ଜଣେ ଗାଡି ମାଲିକଙ୍କୁ ଗାଡି ଛାଡିବା ଲାଗି ଏଏସଆଇ କିଶୋର ବାଗ ଗାଡି ମାଲିକଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଏନେଇ ଗାଡି ମାଲିକ ଜଣକ ଭିଜିଲାନ୍ସର ଦ୍ୱାରସ୍ତ ହୋଇଥିଲେ । ଭିଜିଲାନ୍ସ ଲାଞ୍ଚୁଆ ପୋଲିସକୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ଏହାପରେ ଭିଜିଲାନ୍ସର ନିର୍ଦ୍ଦେଶ ଅନୁଯାଇ ଗାଡି ମାଲିକ ଜଣକ କିଶୋରଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ । ତେବେ ଭିଜିଲାନ୍ସ ଏଏସଆଇ କିଶୋର ବାଗଙ୍କୁ ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲେ ।
ସେପଟେ ଆଇନ ଓ ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଛାଡି ପୋଲିସ ଅଦିକାରୀଙ୍କ ଏପରି ବେଆଇନ ଭାବେ ଲାଞ୍ଚ ନେବାକୁ ସାଧାରଣରେ ନିନ୍ଦା କରାଯାଇଛି । ପୋଲିସ ଯଦି ଏପରି କାର୍ଯ୍ୟକଳାପରେ ଲିପ୍ତ ରୁହେ ତେବେ ସାଧାରଣ ଲୋକଙ୍କ ମନରେ ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚି ଉଠିବା ସ୍ୱାଭାବିକ ।