ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଥାନାରେ ମଦୁଆ ପୋଲିସ ବାବୁଙ୍କ ଭାଷଣ ।କମିଶନରେଟ ପୁଲିସର ଖାରବେଳନଗର ଥାନାରେ ମଦ ନିଶାରେ ଚୁର ଥିବା ଖାକି ବାବୁ କେମିତି କରୁଛନ୍ତି ହଙ୍ଗାମା । ଆଇଆଇସି ଏସିପି ଡିସିପି ସିପି କେହି ବାଦ ପଡିଲେନି । ମଦ ନିଶାରେ ୧୪ପୁରୁଷ ଉଝାଳି ଦେଲେ ଏଏସଆଇ ବାବୁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ବାବୁ ହେଉଛନ୍ତି ମଞ୍ଚେଶ୍ୱର ଥାନାର ପୁଲିସ ଏଏସଆଇ । ଯିଏ ଆଇନ୍କୁ ସମ୍ମାନ ଦେବା କଥା ମଦୁଆଙ୍କୁ ସାବାଡ କରିବା କଥା ସେହି ବାବୁ ପେଟେ ମଦ ପିଇ ପୂରା ଥାନାକୁ କରୁଛନ୍ତି ଥରହର ।
ବାବୁଙ୍କୁ ଜବତ କରିବାକୁ ବି ସାଥୀ ପୁଲିସ କେମିତି ନାକେଦମ ହେଉଛନ୍ତି । ଏଭଳି ସାଙ୍ଘାତିକ ପରିସ୍ଥିତିକୁ କଣ୍ଟ୍ରୋଲ କରିବାକୁ ବାଧ୍ୟ ହୋଇ ବାବୁଙ୍କୁ ଅଟକ ରଖାଯାଇଥିଲା ଥାନାରେ । ଥାନାରେ ଜଣଙ୍କୁ ଅଟକ ରଖିଲେ କ’ଣ କରିବାକୁ ପଡେ ସେ ପାଠ ବି ପଢ଼ାଉଛନ୍ତି ବାବୁ ଜଣଙ୍କ । ଏବେ ପ୍ରଶ୍ନ ଉଠୁଛି ଯେଉଁ ପୁଲିସ ମଦୁଆଙ୍କୁ ସାବାଡ କରିବାକୁ ରାସ୍ତାଘାଟରେ ଛିଡା ହୋଇ ଚେିକଂ କରୁଛି, ଆଉ ଫାଇନ କାଟୁଛି ସେହି ପୁଲିସ ବାବୁ ମାଟିଆ ପୋଷାକର ୟୁନିଫର୍ମ ପିନ୍ଧି ଆଇନକାନୁନର ଧଜିଆ ଉଡଶିପାରୁଛନ୍ତି କେମିତି ।
ଏହି ବାବୁଙ୍କୁ ପୁଲିସ ଗିରଫ ନକରି ଛାଡିଦେଲା କେମିତି? ଆଉ ପୁଲିସ ବିଭାଗର ବଡ଼ବାବୁମାନେ ଏଭଳି କରିତକର୍ମା ଅଫିସରଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତିି କାହିଁକି । ସମସ୍ତଙ୍କ ସାମ୍ନାରେ ଖାକିବାବୁଙ୍କ ଏହି କାଣ୍ଡକାରନାମା ପୂରା ସିଷ୍ଟମକୁ ବଦନାମ କରିଥିବା ବେଳେ ପୁଲିସ ଡିଜିଙ୍କ ପାଖରେ ଏନେଇ ଖବର ପହଞ୍ଚିଲାଣି ତ’? କେବେ ହେବ କାର୍ଯ୍ୟାନୁଷ୍ଠାନ? କେବେ ଦଣ୍ଡ ପାଇବେ ଏମିତି ମଦୁଆ ପୁଲିସ? ଆଶା କରିବୁ ଏଟିଆର ନ୍ୟୁଜ୍ର ଏହି ଖବରକୁ ପ୍ରମାଣ ଭାବେ ନେଇ ପୁଲିସ ମହାନିର୍ଦ୍ଦେଶକ ଆକ୍ସନ ନେବେ ।