ଗଞ୍ଜାମ (ଏଟିଆର ବ୍ୟୁରୋ); ପୁଣି ଗଞ୍ଜାମରେ ପୋଲିସ-ଅପରାଧୀ ମୁହାଁମୁହିଁ ହୋଇଛନ୍ତି । ପୋଲିସ ଉପରକୁ ବୋମା ମାଡ କରିଥିଲେ ଅପରାଧୀ । ତେବେ ଏଥିରେ କାହାର କିଛି କ୍ଷତି ହୋଇ ଥିବା ସୂଚନା ମିଳିଛି । ସେପଟେ ପୋଲିସ ଉପରକୁ ବୋମାମାଡ କରିଥିବା ଅପରାଧୀମାନେ ଫେରାର ହୋଇ ଯାଇଛନ୍ତି । ପୋଲିସ ରିପୋର୍ଟ ଅନୁଯାୟୀ ପୋଲିସ ଏନକାଉଣ୍ଟରରେ ମରିଥିବା ବାବୁ ନାୟକର ମୁଖ୍ୟ ସହଯୋଗୀ ଶଙ୍କର ଏବଂ ତା ଗ୍ୟାଙ୍ଗ ପୋଲିସ ଉପରକୁ ବୋମାମାଡ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ ଶଙ୍କର ଏବଂ ଅନ୍ୟ ଅପରାଧୀମାନେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବେଗୁନିଆ ଗ୍ରାମ ପଞ୍ଚୁପାଣ୍ଡବ ଜଙ୍ଗଲରେ ଆଡ୍ଡା କରିଥିଲେ । ତେବେ କୈାଣସି ବିଶେଷ ସୂତ୍ରରୁ ପୋଲିସ ସୂଚନା ପାଇଥିଲା । ଏଣୁ ଭଞ୍ଜନଗର ଏସଡିପିଓ ଉକ୍ରଳ କିଶୋର ଦାଶଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଆଡ୍ଡାକୁ ଘେରାଉ କରି ଆତ୍ମସମର୍ପଣ କରିବା ପାଇଁ କହିଥିଲେ । ମାତ୍ର ଆତ୍ମସମର୍ପଣ କରିବା ପରିବର୍ତ୍ତେ ପୋଲିସ ଉପରକୁ ବୋମାମାଡ କରି ଫେରାର ହୋଇଯାଇଛନ୍ତି ।
ପୋଲିସ ଦୁଇ ରାଉଣ୍ଡ ଫଲ୍ସ ଗୁଳି ଚଳାଇଥିଲେ ମଧ୍ୟ ବିଫଳ ହୋଇଛି । ତେବେ ପୋଲିସ ଆଡ୍ଡାକୁ ପୁଲିସ କବଜାକୁ ନେଇ ଛାନଭିନ୍ କରିଥିଲା। ଆଡ୍ଡାରୁ ୨ଟି ସୁନାହାର, ୨୬ଟି ମଙ୍ଗଳସୂତ୍ର, ୭୯ଟି ମୁଦି, ୧୨ଟି ସୁନାଚୁଡ଼ି, ନାକଫୁଲ, କିଛି ଗୁଣ୍ଡସୁନା ଓ ପୁରୁଣା ସୁନା ଏଭଳି ଭାବେ ୩୭୭ ଗ୍ରାମ୍ ଓଜନର ସୁନା ଅଳଙ୍କାର ଜବତ ହୋଇଛି। ଏହାର ହାରାହାରି ମୂଲ୍ୟ ୭.୫୪ ଲକ୍ଷ ହେବ।