କେନ୍ଦ୍ରପଡା(ଏଟିଆର ବ୍ୟୁରୋ): କେନ୍ଦ୍ରାପଡାରେ ଜଣେ ପୋଲିସଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାରେ । ଏମିତି କି ଜଣେ ପୋଲିସ ଅଧିକାରୀ ଜଣେ ମହିଳାଙ୍କୁ ଜୋର ଜବରଦସ୍ତି ବିଧବା କରିବା ପର୍ଯ୍ୟନ୍ତ କଥା ଯାଇଛି । ଯାହାକୁ ନେଇ ମହିଳା ଜଣଙ୍କ ଶୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି । ଏମିତି କି ନିଜ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି ।
ଏହି ଅଭିଯୋଗ ଆସିଛି କେନ୍ଦ୍ରାପଡା ପୋଲିସ ସ୍ପେସାଲ ସ୍କାର୍ଡର ଏସଆଇ ପିକେ କାନୁନଗୋଙ୍କ ନାମରେ । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଏସଆଇ ପିକେ କାନୁନଗୋ ମହିଳାଙ୍କୁ ଦୁର୍ବବ୍ୟବହାର କରିବା ସହିତ ତାଙ୍କ ମଥାରୁ ସିନ୍ଦୂର ପୋଛି ବିଧବା କରି ଦେଇଛନ୍ତି । ତାଙ୍କ ସ୍ୱାମୀଙ୍କୁ ପୋଲିସ ପିଟିପିଟି ମାରି ଦେଇଥିବା କଥା ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଗୋଟେ ପଟେ ସରକାର ପୋଲିସକୁ ମୋ ସରକାର ଯୋଜନା ଭିତରକୁ ଆଣୁଥିବା ବେଳେ ପୋଲିସର ଏହିଭଳି ବ୍ୟବହାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।