ରାଉରକେଲା(ଏଟିଆର ବ୍ୟୁରୋ): ପୁଣି ରାଉରକେଲା କଣ୍ଟେନମେଣ୍ଟ ଜୋନ୍ ରେ ଉତ୍ତେଜନା ଦେଖା ଯାଇଛି । ରାଉରକେଲାର ନାଲାରୋଡ କଣ୍ଟେନମେଣ୍ଟ ଜୋନ୍ ରେ ଉତ୍ତେଜନା ଦେଖାଯାଇଛି । ପୋଲିସ ଓ ସଧାରଣ ଜନତା ମୁହାଁମୁହିଁ ହୋଇଛନ୍ତି । ନାଲାରୋଡରୁ କଣ୍ଟେନମେଣ୍ଟ ଜୋନ୍ ଉଠାଇବାକୁ ସ୍ଥାନୀୟ ଲୋକ ମାନେ ଦାବି କରିଛନ୍ତି । ଖାଲି ସେତିକି ନୁହେଁ ପୋଲିସ ଉପରକୁ ପଥର ମାଡ କରିଛନ୍ତି ଉତ୍ତ୍ୟକ୍ତ ଲୋକ ମାନେ । ଏହା ସହ ସେଠାରେ ଥିବା ପୋଲିସ କ୍ୟାମ୍ପ୍ କୁ ଭାଙ୍ଗି ଦେଇଛନ୍ତି ଲୋକେ । ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ନାଲାରୋଡରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସୂଚନା ଅନୁସାରେ ରାଉରକେଲାର ନାଲାରୋଡ ଅଞ୍ଚଳରୁ କରୋନା ପଜେଟିଭ ବାହାରିବା ପରେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ଏହାକୁ ନେଇ ପୂର୍ବରୁ ମଧ୍ୟ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲା । ପୁଣି ଆଜି ସକାଳୁ ସମାନ ଅବସ୍ଥା ସେହି ଅଞ୍ଚଳରେ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ମାନେ କଣ୍ଟେନମେଣ୍ଟ ଜୋନ୍ ଉଠାଇ ଦେବା ଦାବି କରିବା ସହ ଯାତା ୟତ କରିବା ପାଇଁ ସେମାନଙ୍କୁ ଅନୁମତି ଦିଆଯାଉ ବୋଲି କହିଛନ୍ତି ।