କଟକ ( ଏଟିଆର ବ୍ୟୁରୋ): ଦିନ କେଇଟା ଗଲେ ଦୀପାବଳି ଏନେଇ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲାଣି ବାଣ ବ୍ୟବସାୟ । ଏହି ଭିତରେ ଅସାଧୁ ବାଣ ବ୍ୟବସାୟୀ ମାନେ ମଧ୍ୟ ସେମାନଙ୍କ କାରବାର ଆରମ୍ଭ କରି ସାରିଲେଣି । ଏହି ବେଆଇନ ବାଣ ବ୍ୟବସାୟରେ ରୋକ ଲଗାଇବା ପୋଲିସ ମଧ୍ୟ ଚଢାଉ ଆରମ୍ଭ କରିଦେଇଛି । ଗତକାଲି ବିଳମ୍ବିତ ରାତିରେ ଜଗତପୁର ଥାନା ତ୍ରିଲୋଚନପୁର ଓ ମହାଜନପୁରରେ ବେଆଇନ ବାଣ କାରଖାନା ଉପରେ ଚଢାଉ କରିଛି ।
୪ ପ୍ଲାଟୁନ ପୋଲିସ ଫୋର୍ସ ଚଢାଉ କରିଥିଲେ । ଏଠାରୁ ବିପୁଳ ପରିମାଣର ବାଣ,ବାରୁଦ, ଲୁହାଗୁଣ୍ଡ ଆଦି ଜବତ କରାଯାଇଛି । ପାଖାପାଖି ୫୦ ଲକ୍ଷ ଟଙ୍କାର ବାଣ ଜବତ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ପୋଲିସ ୧୨ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଗତବର୍ଷ ମଧ୍ୟ ଏହି ଅଞ୍ଚଳରୁ ବିପୁଳ ପରିମାଣରେ ବାଣ ଜବତ କରାଯାଇଥିଲା ।