କନ୍ଧମାଳ ( ଏଟିଆର ବ୍ୟୁରୋ): ଜଙ୍ଗଲ ଭିତରେ ଠାବ ହେଲା ବନ୍ଧୁକ କାରଖାନା । ଦାରିଙ୍ଗବାଡି ଦଣ୍ଡିମା ଗାଁ ପାଖ ଜଙ୍ଗଲରୁ ଏମିତି ଏକ କାରଖାନାକୁ ଠାବ କରିଛି ପୋଲିସ । ନକ୍ସଲ ଅଞ୍ଚରେ ବନ୍ଧୁକ କାରଖାନା ଠାବ ହୋଇଥିବା ବେଳେ କାରଖାନା କେତେଦିନ ହେଲା ଚାଲୁଥିଲା ତାହା ଏଯାବତ ସ୍ପଷ୍ଟ ହୋଇ ନାହିଁ । ସୂଚନା ଅନୁସାରେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଦଣ୍ଡିମ ଗାଁ ପାଖରେ ଜଙ୍ଗଲ ଭିତରେ ବନ୍ଧୁକ କାଖାନା ଚାଲୁଥିବ ନେଇ ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିିଥିବା । ସୂଚନାକୁ ଭିତ୍ତିକରି ପୋଲିସ କାରଖାନା ଉପରେ ଅଚାନକ ଚଢାଉ କରିଥିଲା ।
ଚଢଉ ବେଳେ ଘଟଣା ସ୍ଥଳରୁ ୨ ଟି ଦେଶୀ ବନ୍ଧୁକ ସହିତ ବନ୍ଧୁକ ତିଆରି ସାମଗ୍ରୀ ମିଳିଛି । ପୋଲିସ ଘଟଣା ସ୍ଥଳରୁ ମୁଖ୍ୟ ଅଭିଯୁକ୍ତ କୁନା ପ୍ରଧାନକୁ ପୋଲିସ ଗିରଫ କରିଛି । କୁନା ଏହି ଦେଶୀ ବନ୍ଧୁକ ତିଆରି କରି ନକ୍ସଲ ମାନଙ୍କୁ ଦେଉଥିବା ସନ୍ଦେହ କରାଯାଉଛି । ତେବେ ଏଯାବତ ସେ କେଉଁମାନଙ୍କୁ ବନ୍ଧୁକ ଯୋଗାଇଛନ୍ତି ତାହାର କିଛି ସୁରକ ମିଳି ନାହିଁ ।
ପୋଲିସ ଚଢାଉ ବେଳେ ସେଠାରୁ ଅନ୍ୟ ଦୁଇଜଣ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ନକ୍ସଲ ପ୍ରବଣ ଅଞ୍ଚଳରେ କେମିତି ଏହି କାରଖାନା ଚାଲୁଥିଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ହୋଇଛି । ଏହି କାରଖାନା ସହିତ ଜଡିତ ଅନ୍ୟ ଅପରାଧୀଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।