ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଜାନୁଆରୀ ୧୭ ରେ ଆରମ୍ଭ ହେବାକୁ ଥିବା ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଉପରେ କେନ୍ଦ୍ର ସରକାର ସ୍ଥଗିତ ରଖିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜଣାପଡିଛି । ଏହି ଦିନକୁ ଜାତୀୟସ୍ତରରେ ପୋଲିଓ ଟିକାକରଣ ଦିବସ ଭାବେ ପାଳନ କରାଯାଇଥାଏ ।
ଏହି ଅବସରରେ ୫ ବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଏ । ବର୍ତ୍ତମାନ ପାଇଁ ପୋଲିଓ ଟିକାକରଣ ସ୍ଥଗିତ ରଖିବାକୁ ଗତ ସପ୍ତାହରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଟିକାକରଣ ବିଭାଗ ରାଜ୍ୟ ସରକାରମାନଙ୍କୁ ଚିଠି ଲେଖି ଜଣାଇଥିଲା ।
ପୋଲିଓ ଟିକାକରଣ ପୁଣି କେବେ ଆରମ୍ଭ ହେବ ସେ ନେଇ କୈାଣସି ସ୍ପଷ୍ଟିକରଣ ହୋଇନାହିଁ । ।କୋଭିଡ ୧୯ ଟିକାକରଣ ସରିବା ପରେ ପୋଲିଓ ଟିକାକରଣ ଆରମ୍ଭ ହେବ ।