ଭଦ୍ରକ (ଏଟିଆର ବ୍ୟୁରୋ): ପୌର ନିର୍ବାଚନ ପାଇଁ ଆଜି ଭୋଟ ଗଣତି । ସେଥିପାଇଁ ଭଦ୍ରକ ପୌରାଞ୍ଚଳରେ ଭୋଟ ଗଣତି ପୂର୍ବରୁ ୧୪୪ ଧାରା ଲାଗୁ କରାଯାଇଛି । ଏହା ୨୭ ିାରିଖ ସକାଳ ୬ ଟା ଯାଏଁ ବଳବତ୍ତର ରହିବ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି ।
ଅନ୍ୟପଟେ ଫଳାଫଳ ଘୋଷଣା ହେବା ପରେ ବିଜୟ ଶୋଭାଯାତ୍ରାରେ ମଧ୍ୟ କଟକଣା ଲାଗୁ କରାଯାଇଛି । ୨୭ ତାରିଖ ସକାଳ ୬ ଟାଏଁ ସହର ମଧ୍ୟକୁ କୌଣସି ଚାରି ଚକିଆ ଗାଡି ପ୍ରବେଶ କରିବ ନାହିଁ , କୌଣସି ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ ।