ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସମସ୍ତଙ୍କ ପାଇଁ ଗୋଟିଏ ଦିଏ ସବୁବେଳେ ଅଭୁଲା ହୋଇ ରହିଥାଏ । କିଏ ଖୁସିର ଦିନକୁ ମନେ ରଖୁଛି ତ ଆଉ କିଏ ଦୁଃଖର ଦିନ । ତେବେ କାହାର କେବେ ଗୋଟିଏ ଦିନରେ ଖୁସି ଏବଂ ଦୁଃଖ ଆସିନଥିବ ଯାହାକି ସବୁଦିନ ପାଇଁ ଅଭୁଲା ସ୍ମୃତି ହୋଇ ରହିଥିବ । କିନ୍ତୁ ରାଜ୍ୟରୁ ପ୍ରମୁଖ ରାଜନୈତିକ ଦଳ ବିଜେଡି ପାଇଁ କ୍ୟାଲେଣ୍ଡର ପୃଷ୍ଠାର ଗୋଟିଏ ଦିନ ଏମିତି ରହିଛି ଯାହାକି ଦୁଃଖ ଦେଇଥିଲା ଏବଂ ଖୁସି ଫେରେଇ ଆଣୁଛି । ଏଣୁ ଏହି ଦିନଟି ବିଜେଡି ପାଇଁ ଐତିହାସିକ ତାରିଖ ହୋଇ ମନେରହିବ ।
ମେ’ ୨୯ ତାରିଖ ବିଜେଡି ପାଇଁ ଏକ ଅଭୁଲା ଦିନ ହୋଇ ରହିବ । ଏହି ତାରିଖ ଆସିଲେ ପ୍ରକୃତ ବିଜେଡି କର୍ମୀର ଆଖିରୁ ଲୁହ ଖସିଆସିବ । ଦୁଃଖରେ ନୁହେଁ ବରଂ ଖୁସିରେ । କାରଣ ଦଳର ସୁପ୍ରିମୋ ଏହି ଦିନରେ ବଡ ବିପଦରୁ ମୁକୁଳିଥିବା ବେଳେ ବଡ ଖୁସିର ଦିନ ରହିଛି । ତେବେ ଆସନ୍ତୁ ଜାଣିବା କଣ ଥିଲା ସେ ବିପଦ ଏବଂ କଣ ଖୁସି ଆଣିଦେବାକୁ ଯାଉଛି ମେ’୨୯ ।
ବଡ ଷଡଯନ୍ତ୍ରରୁ ଶିକାର ହେବା ପୂର୍ବରୁ ସତର୍କ ହୋଇଥିଲେ ନବୀନ- ସେ ଦିନଥିଲା ୨୦୧୨ ମସିହା ମେ’୨୯ ତାରିଖ । ବିଜେଡି ସୁପ୍ରିମୋ ନବୀନ ବିଦେଶ ଗ୍ରସ୍ତରେ ଥିଲେ । ଯାହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିଥିଲେ ବିଜେଡି ଅଙ୍କଲ । ତେବେ ଏହି ଅଙ୍କଲ କିଏ ଆପଣ ଭଲ ଭାବରେ ଜାଣିସାରିବେଣି । ଏବଂ ଧିରେ ଧିରେ ସବୁ କିଛି ମନେ ପଡିଯିବଣି । ନବୀନଙ୍କୁ ରାଜନୀତିକୁ ଆଣିବାରେ ମୁଖ୍ୟ ପୁରୋଧା ସାଜିଥିବା ପ୍ୟାରିମୋହନ ମହାପାତ୍ର କ୍ଷମତା ହାସଲ କରିବା ପାଇଁ କରିଥିଲେ ଷଡଯନ୍ତ୍ର । ନିଜ ସହୀଦ ନଗର ବାସଭବନରେ ନବୀନଙ୍କ ପାଇଁ କରାଯାଇଥିଲା ଚକ୍ରାନ୍ତ । ତେବେ ନବୀନଙ୍କ ଅନୁଗତ ଏହି ଖବର ପାଇବା ପରେ ନବୀନଙ୍କୁ ଜଣାଇଥିଲେ । ଏବଂ ପରବର୍ତ୍ତୀ ସମୟରେ ପ୍ୟାରିଙ୍କୁ ଦଳରୁ ବାହାର କରିବା ସହିତ ତାଙ୍କ ସହ ଜଡିତ ନେତାଙ୍କୁ ମଧ୍ୟ ତଡା ଖାଇବା ପାଇଁ ପଡିଥିଲା । ବଡ ବିପଦରୁ ଆଣିବା ପାଇଁ ଯାଉଥିଲା ମେ’୨୯ର ସେହି କାଳ ରାତ୍ରି । ଏଣୁ ଏହି ଦିନଟି ସବୁଦିନ ପାଇଁ ମନେ ରହିବ ।
ମେ’୨୯ରେ ଇତିହାସ ରଚିବା ପାଇଁ ଯାଉଛନ୍ତି ନବୀନ- ସଦ୍ୟ ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳରେ ବିଜେଡି ବହୁମତ ପାଇଛି । ପୁଣିଥରେ ନବୀନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦେଶରେ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏକି ପଞ୍ଚମଥର ଶାସନକୁ ଫେରିଛନ୍ତି । ଲଗାତାର ବିଜୟ ହୋଇଛନ୍ତି ନବୀନ । ମେ’୨୯ ତାରିଖ ପୂର୍ବାହ୍ନରେ ରାଜ ଭବନରେ ଶପଥ ଗ୍ରହଣ କରିବେ । ପଞ୍ଚମଥରଥର ମୁଖ୍ୟମନ୍ତ୍ରୀ ହେବା ଭାରତ ଇତିହାସରେ ଏକ ଅଲୋଡା ରେକର୍ଡ । ଏଣୁ ଏହି ମେ’୨୯ ବିଜେଡି ପାଇଁ ଅଭୁଲା ହୋଇ ରହିବ ।