ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା କାଲି ସାରା ଦେଶରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଯାହାକୁ ନେଇ ଭୋଟର ଠୁ ଆରମ୍ଭ କରି ପ୍ରାର୍ଥୀଙ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ଅଛନ୍ତି । ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶାରେ ମୋଟ ୫ଟି ଲୋକସଭା ଓ ୩୫ ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଆସନ୍ତା କାଲି ପାଇଁ ୯୧୧୭ ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ସେହିଭଳି ମତଦାନ ଗ୍ରହଣରେ ସହଯୋଗ କରିବା ପାଇଁ ୧୭୮୮୨ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତ୍ି । ନିର୍ବାଚନ ପରିଚାଳନା କରିବା ପାଇଁ ୬୦ ହଜାର ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି ।
ମତଦାନରେ କାଲି ଭାଗନେବେ ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ମତଦାତା ସେମାନଙ୍କ ମୂଲ୍ୟବାନ ମତ ଦେବେ । ଏଥି ମଧ୍ୟରୁ ପୁରୁଷ ସଂଖ୍ୟା ରହିଛି ୩୯ ଲକ୍ଷ ୪୫ ହଜାର ୨୫ ଓ ମହିଳାଙ୍କ ସଂଖ୍ୟା ରହିଛି ୩୩ ଲକ୍ଷ ୪୭ ହଜାର ୪୯୩ ଜଣ ରହିଛନ୍ତି । ୧ ଲକ୍ଷ ୮ ହଜାର ୪୮୫ ଜଣ ଦିବ୍ୟାଙ୍ଗ ସେମାନଙ୍କ ମତଦାନ ଦେବେ । ସେହିଭଳି ତୃତୀୟ ଲିଙ୍ଗ ରହିଛନ୍ତି ୬୦୫ ଜଣ । ସେହିପରି ୩୩୧ ବୁଥରେ ଭିଡିଓ ଗ୍ରାଫିଂ ଓ ୨୫ ଜଣ ଫଟୋଗ୍ରାଫର ନିୟୋଜିତ ଅଛନ୍ତି । ୬୨୮ ଟି ବୁଥରେ ସିସିଟିଭି ଲାଗିଛି । ୮୮୪ ୱେବ କାଷ୍ଟିଂ ହେବ । ୮୯୨ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।