ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ରାଉରକେଲାରେ ନିର୍ମାଣ ହେବ ଟୁଲ ରୁମ ଟ୍ରେନିଂ ସେଣ୍ଟର ଏନେଇ ପ୍ରତାପ ଷଡଙ୍ଗୀ ସୂଚନା ପ୍ରଦାନ କରିଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ରାଜ୍ୟରେ କେନ୍ଦ୍ରୀୟ ଅନୁଦାନରେ ଏକ ଟୁଲ ରୁମ ସେଣ୍ଟର ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏଥିପାଇଁ କେନ୍ଦ୍ର ସରକାର ୨୦୦କୋଟି ଟଙ୍କା ଖର୍ଚ୍ଚ କରିବେ ।
ଏହା ସହ ଓଡିଶାର ୪ଟି ଜିଲ୍ଲା ବ୍ରହ୍ମପୁର, କେନ୍ଦୁଝର, କଳାହାଣ୍ଡି ଓ ବାଲେଶ୍ୱରରେ ରେ ନିର୍ମାଣ ହେବ ଏକ୍ସଟେନସନ ସେଣ୍ଟର । ପ୍ରତି ସେଣ୍ଟର ପାଇଁ ଖର୍ଚ୍ଚ ହେବ ୨୦କୋଟି ଟଙ୍କା । ଏଥିପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେବେ । ୨୨୬ଟି ଏମଏସଏମଇ କ୍ଲଷ୍ଟର ସାରା ଭାରତରେ ହେବା ନେଇ ମଧ୍ୟ ସୂଚନା ମିଳୁଥିବା ବେଳେ ଓଡିଶାରେ ହେବ ୪୫ଟି କ୍ଲଷ୍ଟର । ଏ ସମସ୍ତ ବିଷୟ ଉପରେ ସୂଚନା ଦେବା ସହ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି, ଉପକୂଳ ଜିଲ୍ଲା ରେ ଅବ୍ୟବହୃତ ହୋଇ ପଡ଼ିଥିବା ପ୍ରାୟ ୬୭୦୦ ଏକର ଜମିରେ ମାଛ ଚାଷ କରିବାକୁ ଯୋଜନା । ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ । କେଜ କଲଚର ଜରିଆରେ ମାଛ ଚାଷ ନେଇ ଯୋଜନା ହେଉଛି । ଏନେଇ ଆସନ୍ତା ୧୪ ତାରିଖରେ ବାଲେଶ୍ୱରରେ ଆୟୋଜନ ହେବ କର୍ମଶାଳା ବୋଲି କେନ୍ଦ୍ରମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।