ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପାନ ଗୁଆ ଖଇର ରାଜନୀତି ଭଲ ବ୍ୟବସାୟ ରାଜନୀତି । ସିନେମାରେ ଏହି ଗୋଟିଏ ପଦ ଗୀତ ଓଡିଶାରେ ବେଶ ଚଳଚଞ୍ଚଳ ହୋଇଥିଲା । ଯେଉଁ କାରଣରୁ ଅଭିନୟ ଦୁନିଆ ଛାଡି ରାଜନୀତି ମଇଦାନକୁ ଓହ୍ଲାଇ ପଡୁଛନ୍ତି ସିନେ କଳାକାର । ରଜନନୈତିକ ଦଳମାନେ ସିନେ କଳାକାରଙ୍କୁ ଦଳରେ ସାମିଲ କରି ଲୋକଙ୍କ ମନ ମୋହିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଚଳିତ ନିର୍ବାଚନରେ ବହୁ ଓଡିଆ ଅଭିନେତା ଏବଂ ଅଭିନେତ୍ରୀ ପ୍ରାର୍ଥୀ ହୋଇଥିବା ବେଳେ ଆଉ କିଛି ଷ୍ଟାର ପ୍ରଚାରକ କାମ ତୁଲାଉଛନ୍ତି । ତେବେ ଅଭନୟ ଜଗତରୁ ଆସି ରାଜନୀତି ମଇଦାନରେ ପାଦ ଥାପିିଥିବା କେଉଁ କଳାକାରଙ୍କୁ ସଫଳତା ମିଳିଛି ଆସନ୍ତୁ ଜାଣିବା ।
ଓଲିଉଡର ପ୍ରଥମ ସୁପରଷ୍ଟାର ପ୍ରସାନ୍ତ ନନ୍ଦ ବିଜେଡିରେ ଜଣେ ସକ୍ରୀୟ କର୍ମୀ । ୨୦୧୪ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇନଥିଲେ ସୁଦ୍ଧା ନିକଟରେ ରାଜ୍ୟସଭା ପାଇଁ ସାଂସଦ କରିଥିଲା । ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁରରୁ ଦୁଇଥର ସାଂସଦ ହୋଇଥିଲେ ସୁଦ୍ଧା ଚଳିତ ନିର୍ବାଚନରେ ତାଙ୍କୁ ଦଳ ହତାସ କରିଛି । ତେବେ ସେ ଚିଲିକା ଆସନରୁ ଟିକେଟ ପାଇବେ ବୋଲି ଏବେ ମଧ୍ୟ ଆଶା ବାନ୍ଧି ବସିଛନ୍ତି । କିନ୍ତୁ ବିଜେଡି ସୁପ୍ରିମୋଙ୍କ ନିଷ୍ପତି ଉପରେ ସମସ୍ତଙ୍କ ନଜର । ଅନୁଭବ ମହାନ୍ତିଙ୍କୁ ବିଜେଡି କେନ୍ଦ୍ରାପଡା ଟିକେଟ ଦେଇଛି । ଏଣୁ ଚଳିତ ନିର୍ବାଚନରେ ଅନୁଭବଙ୍କୁ ଦଳ ସବୁଠାରୁ ବଡ ମୁଆଁ ଦେଇଛି ବୋଲି ଚର୍ଚ୍ଚା ହେଉଛି ।
ଆକାଶ ଏବଂ ଅରିନ୍ଦମ ବିଜେଡିରେ କର୍ମୀ ଭାବରେ କାମ କରି ଆସୁଛନ୍ତି । କିନ୍ତୁ ଏବେ ସୁଦ୍ଧା ଦଳ ଏମାନଙ୍କୁ ଟିକେଟ ଦେଇନାହିଁ । ବିଜେପିରେ ଓଲିଉଡର ଅଧିକାଂଶ କଳାକାର ଅଛନ୍ତି । ତେବେ ଦଳ ମାତ୍ର ଦୁଇଜଣଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ଅପରାଜିତାଙ୍କୁ ବିଜେପି ଭୁବନେଶ୍ୱର ଉତ୍ତରରୁ ଟିକେଟ ଦେଇଥିବା ବେଳେ ପିଙ୍କିଙ୍କୁ ଦିଗପହଣ୍ଡୀରେ ପ୍ରାର୍ଥୀ କରିଛି । ମହାଶ୍ୱେତା,ପିଣ୍ଟୁ ନନ୍ଦ,ହରି,ଶ୍ରୀତମ ଏବଂ ମିହିର ଦାସ ବିଜେପିରେ ଥିଲେ ମଧ୍ୟ ଟିକେଟ ଦେଇନାହିଁ ।