ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତ ନିର୍ବାଚନ ପାଇଁ ଇସ୍ତାହାର ଘୋଷଣା କରିଛି ପିସିସି । ଗୁରୁବାର ଏହି ଇସ୍ତହାରକୁ ଉନ୍ମୋଚନ କରିଛନ୍ତି ଏଆସିସି ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ । କଂଗ୍ରେସ ଭବନରେ ତୁଙ୍ଗ ନେତାଙ୍କ ଗହଣରେ ଉନ୍ମୋଚନ କରାଯାଇଛି । ଗତ ମଙ୍ଗଳବାର ଦିଲ୍ଲୀରେ କଂଗ୍ରେସ ଇସ୍ତାହାର ଉନ୍ମୋଚିତ ହୋଇଥିଲା । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାକୁ ଉନ୍ମୋଚନ କରିଥିଲେ । ଆଜି କଂଗ୍ରେସ ବହୁ ପ୍ରତିଶୃତି ଘୋଷଣା କରିଛି । ତେବେ ଆସନ୍ତୁ ନଜର ପାଇବା କଣ କଣ ରହିଛି ପ୍ରତିଶୃତି ।
୧. କ୍ଷମତାକୁ ଆସିବା ପରେ ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ କଂଗ୍ରେସ ନ୍ୟୁନତମ ଆୟ ଯୋଜନା ଲାଗୁ କରିବ । ଯେଉଁଥିରେ ଦେଶର ୨୦ ପ୍ରତିଶତ ଅତି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ପ୍ରତିବର୍ଷ ୭୨ ହଜାର ଟଙ୍କା ସହାୟତା ଦିଆଯିବ ।
୨. ୨୦୨୦ ମାର୍ଚ୍ଚ ସୁଦ୍ଧା ୨୨ ଲକ୍ଷ ଯୁବକ, ଯୁବତୀଙ୍କ ପାଇଁ ସରକାରୀ ଚାକିରି ଓ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ରୋଜଗାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।
୩. କୃଷକଙ୍କ ଋଣ ଛାଡକରି ସେମାନଙ୍କୁ କରଜ ମୁକ୍ତ ସହ ଋଣ ନସୁଝିପାରିଲେ କୃଷକଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମାକୁ ହଟାଇବାକୁ ପ୍ରତିଶ୍ରୁତି ଦିଆଯାଇଛି। ସେହିଭଳି ପ୍ରତିବର୍ଷ କୃଷି ବଜେଟ ଓ କୃଷିର ବିକାଶ ଓ ଯୋଜନା ପାଇଁ ରାଷ୍ଟ୍ରୀୟ ଆୟୋଗ ସ୍ଥାପନ ।
୪. ମନରେଗା ମାଧ୍ୟମରେ ଗ୍ରାମୀଣ ଲୋକଙ୍କ ପାଇଁ ୧୫୦ ଦିନର ରୋଜଗାର ଗ୍ୟାରେଣ୍ଟି ।
୫. ଶିକ୍ଷା ଉପରେ ବଜେଟର ୬ ପ୍ରତିଶତ ଅର୍ଥ ଖର୍ଚ୍ଚ ପାଇଁ ପ୍ରତିଶ୍ରୁତି ରହିଛି। ସେହିଭଳି ସ୍ବାସ୍ଥ୍ୟ ପାଇଁ ସରକାରୀ ଡାକ୍ତରଖାନା ଓ ଘରୋଇ ଡାକ୍ତରଖାନା ଗୁଡିକରେ ଲୋକମାନଙ୍କୁ ମାଗାଣା ଡାଏଗ୍ନୋସିସ୍, ଆଉଟ ପେସେଣ୍ଟ କେୟାର, ମାଗମା ଔଷଧ ଭଲି ବ୍ୟବସ୍ଥା ସହ ଡାକ୍ତାରଖାନାର ଅବସ୍ଥା ସୁଧାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହଭଳି କାଶ୍ମୀର ପ୍ରସଙ୍ଗରେ ୩୭୦ ଧାରାରେ କୌଣସି ପରିବର୍ତ୍ତନ ହେବନାହିଁ କୁହାଯାଇଥିବାବେଳେ ଏହି ପ୍ରସଙ୍ଗରେ ସେଠାର ଲୋକଙ୍କ ସହ କଥାବାର୍ତ୍ତା କରାଯିବ ବୋଲି କହୁଯାଇଛି ।