ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଚାର ସଂହିତା ଉଲଂଘନ ମାମଲାରେ ଫସି ରହିଛନ୍ତି ମଥୁରା ସଂସଦୀୟର ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ ହେମାମାଳିନୀ । ତାଙ୍କୁ ନିର୍ବାଚନ ଅଧିକାରୀ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।
ବିଜେପି ପ୍ରାର୍ଥୀ ହେମାମାଳିନୀଙ୍କ ନିର୍ବାଚନୀ ସଭା ଗତ ମଙ୍ଗଳବାର ଚୌମୁହାଁ ବ୍ଲକର ଆଝାଇ ଗାଁ ରେ କରିବାକୁ ଅନୁମତି ନିଆଯାଇଥିଲା । କିନ୍ତୁ ଏହି ନିର୍ବାଚନ ସଭା ଗାଁର କୌଣସି ମଞ୍ଚରେ ନହୋଇ ଗାଁର ପରିଷଦୀୟ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ କରାଯାଇଥିଲା । କେବଳ ଏତିକି ନୁହେଁ ସକାଳ ୧୦ ଠାରୁ ୧୧ ପର୍ଯ୍ୟନ୍ତ ସଭାସ୍ଥଳରେ ଡ୍ୟାନ୍ସ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା ।
ଏହାପରେ ସଭାରେ ଭିଡ ଜମିବା ପରେ ଯାଇ ହେମାମାଳିନୀ ନିର୍ବାଚନ ସଭାକୁ ସମ୍ବୋନ୍ଧନ କରିଥିଲେ । ଏହାକୁ ନେଇ ସାଂସଦ ହେମାମାଳିନୀ ଏବଂ ନିର୍ବାଚନ ସଭାର ଅନୁମତି ପାଇଁ ଆବେଦନ କରିଥିବା ପଙ୍କଜ ଶର୍ମାଙ୍କୁ ଆଚାର ସଂହିତା ଉଲ୍ଲଂଘନ ମାମଲାରେ ନିର୍ବାଚନ ଅଧିକାରୀ ଏସଡିଏମ୍ ଛାତା ଆରୋଡି ରାମ ନୋଟିସ୍ ଜାରି କରିଥିଲେ ।
ଏହି ନୋଟିସ୍ ର ଜବାବ ବିଜେବି ପ୍ରାର୍ଥୀ ହେମାମାଳିନୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଦେବାକୁ ପଡିବ । ସେପଟେ ନିର୍ବାଚନୀ ସଭାରେ ମହିଳା ଡ୍ୟାନ୍ସ ପାଟିର ଆୟୋଜନକୁ ଭୁଲ୍ କହି ରାଲୋଦ ମହାନଗର ସଂୟୋଜକ ତାରାଚନ୍ଦ ଗୋସ୍ୱାମୀ ବିାଜେପି ପ୍ରାର୍ଥୀଙ୍କ ବିରୋଧରେ ରିପୋର୍ଟ ଦାଖଲ କରିବା ପାଇଁ ଦାବି କରିଛନ୍ତି ।