ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେନ୍ଦ୍ରୀୟ ନେତାଙ୍କ ଫୋକସରେ ରହିଛି ଓଡିଶା । ଏଣୁ ନିୟମିତ ଭାବରେ ମାଳ ମାଳ କେନ୍ଦ୍ରୀୟ ନେତା ଓଡିଶା ଗସ୍ତରେ ଆସୁଛନ୍ତି । ତେବେ ଆସନ୍ତା ୯ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶା ଗସ୍ତରେ ଆସୁଥିବା ବେଳେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ସେହିଦିନ ଆସୁଛନ୍ତି । ଏଣୁ ଦୁଇ କେନ୍ଦ୍ରୀୟ ନେତା ଓଡିଶାରେ ଲୋକଙ୍କ ମନ ଜିଣିବା ପାଇଁ କାଦୁଅ ଫିଙ୍ଗାଫିଙ୍ଗି ହେବେ । ପୂର୍ବରୁ ଉଭୟ ଓଡିଶା ଗସ୍ତରେ ଉଭୟ ଉଭୟଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଏଥରକ ଗୋଟିଏ ଦିନରେ ଦୁଇ ହେବିୱେଟ ନେତା ଆସୁଥିବାରୁ ଆସନ୍ତା ୯ ତାରିଖ ଉପରେ ସମସ୍ତଙ୍କ ନଜର ରହିଛି ।
ଅମିତ ଶାହା ପୁରୀରେ ରୋଡ ସୋ କରିବେ । ଏବଂ ରାହୁଲ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଦିଗପହଣ୍ଡୀରେ ବିଶାଳ ଜନସମାବେଶ ବରିବେ ବୋଲି ସୂଚନା ମିଳିଛି । ତେବେ ଦୁଇ ହେବେିୱେଟ ଓଡିଶା ଗସ୍ତ ରାଜ୍ୟ ରାଜନୀତି ଉପରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଉଭୟ କେନ୍ଦ୍ରୀୟ ନେତା ନିଜର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିବେ । ପୂର୍ବରୁ ଓଡିଶା ଗସ୍ତରେ ଆସି ଶାହା ଏବଂ ରାହୁଲ ନବୀନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ନିର୍ବାଚନ ଶେଷ ସମୟରେ ଉଭୟ ଆସି ପ୍ରଚାର କରୁଥିବାରୁ ଉଭୟଙ୍କ ଟାର୍ଗେଟରେ ରହି ପାରନ୍ତି ନବୀନ । ତେବେ ଆଗାମି ଦିନରେ କଣ ହେବ ତାକୁ ଅପେକ୍ଷା କରିଛନ୍ତି ଜନତା ।