ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଅଭିନେତାମାନେ ଅଭିନୟ ଛାଡି ଏବେ ରାଜନୀତି ମୁହାଁ । ଦଳରେ ଯୋଗ ଦେବା ପରେ ସମସ୍ତେ ଚାହିଁ ବସିଛନ୍ତି ଟିକେଟ ଆଶାରେ । ତେବେ ଏଥିରୁ ବାଦ ପଡିନାହାଁନ୍ତି ବିଜେଡି ନେତା ଅରିନ୍ଦମ ରାୟ । ଦଳରେ ଯୋଗ ଦେବା ଦିନଠାରୁ ଅରିନ୍ଦମଙ୍କୁ ନେଇ ଆରମ୍ଭ ହୋଇଛି ବିଭିନ୍ନ କଳ୍ପନା ଜଳ୍ପନା । ସେ କେଉଁଠାରୁ ଟିକେଟ ପାଇବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପ୍ରଥମେ ଶୁଣିବାକୁ ମିଳିଥିଲା କି ଅରିନ୍ଦମ କୋରେଇ ଆସନରୁ ଟିକେଟ ପାଇବେ । ଏବଂ କୋରେଇ ବିଧାୟକ ଆକାଶ ବଳି ପଡିପାରନ୍ତି । ଏଣୁ ଅରିନ୍ଦମ ଟିକେଟ ଆଶାରେ କୋରେଇରେ ବହୁ ସଭାସମିତିରେ ଯୋଗ ଦେବା ସହିତ ଲୋକସମ୍ପର୍କ ବଢ଼ାଇବାରେ ଲାଗିଥିଲେ ।
ପରବର୍ତ୍ତୀ ସମୟରେ ଅରିନ୍ଦମ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କେନ୍ଦ୍ରାପଡା ଲୋକସଭା ଆସନରେ ପ୍ରାର୍ଥୀ ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ଅନୁଭବ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିବା ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଅପରପକ୍ଷରେ କଟକ ଲୋକସଭା ଆସନ କିମ୍ବା କଟକ-ବାରବାଟୀ ବିଧାନସଭା ଆସନରେ ପ୍ରାର୍ଥୀ ହେବେ ଅରିନ୍ଦମ । ତେବେ ଚର୍ଚ୍ଚା ହେଉଥିବା ତିନୋଟି ଆସନରେ ପ୍ରାର୍ଥୀ ଘୋଷଣା ହୋଇନଥିବାରୁ ଅରିନ୍ଦମଙ୍କୁ ନିଶ୍ଚିନ୍ତ ଟିକେଟ ମିଳିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଅରିନ୍ଦମ ରାୟଙ୍କ ଶଳା ହେଉଛନ୍ତି ପ୍ରଣବ ପ୍ରକାଶ ଦାସ । ବିଜେଡିର ପାୱାର କରିଡରରେ ପ୍ରଣବଙ୍କ ନାମ ଆଗରେ । ତେବେ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ମଧ୍ୟ ଟିକେଟ ବଣ୍ଟା ଯାଉଥିବା ପୂର୍ବରୁ ଚର୍ଚ୍ଚା ହୋଇଛି । ଏଣୁ ଅରିନ୍ଦମଙ୍କ ଟିକେଟ ପାଇବା ଆଶା ଏକପ୍ରକାର ଠିକ ହୋଇସାରିଛି ବୋଲି ଶୁଣିବାକୁ ମିଳୁଛି । ତେବେ ଆଗାମି ଦିନରେ ବିଜେଡି ସୁପ୍ରିମୋ ଭରଷା କରି ଟିକେଟ ଦେବେ କି ନାହିଁ ତାଉପରେ ସମସ୍ତଙ୍କ ନଜର ।