ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ । ଏହା ସହ ଭାରତ ସରକାର ଇମ୍ରାନ ଖାନଙ୍କ ବିମାନକୁ ଭାରତୀୟ ଆକାଶ ସୀମା ଦେଇ ଯିବାକୁ ଅନୁମତି ଦେଇଛନ୍ତି । ଇମ୍ରାନ ଖାନଙ୍କ ସହ କ୍ୟାବିନେଟ ପ୍ରତିନିଧି ମଣ୍ଡଳୀ ଏବଂ ବରିଷ୍ଠ ଅଧିକାରୀ ମଧ୍ୟ ଶ୍ରୀଲଙ୍କା ଗସ୍ତରେ ଯିବେ ।
ପୂର୍ବରୁ ୨୦୧୯ ରେ ପାକିସ୍ତାନ ଜମ୍ମୁ କାଶ୍ମୀରରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୈାଦି ଆରବ ଯାତ୍ରା ସମୟରେ ତାର ଆକାଶପଥ ବ୍ୟବହାର କରିବାକୁ ଅନୁମତି ଦେଇନଥିଲା ।
ଇମ୍ରାନଙ୍କ ଏହି ଦୁଇ ଦିନିଆ ଗସ୍ତରେ ସେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ଏବଂ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ଭେଟିବେ । ଇମ୍ରାନ ଖାନ ଏପରି ଏକ ସମୟରେ ଗସ୍ତ କରିବାକୁ ଯାଉଛନ୍ତି ଯେତେବେଳେ ପାକିସ୍ତାନର ଅର୍ଥନୀତି ଦୁର୍ବଳ ଅବସ୍ଥାରେ ଅଛି ।